ପାକିସ୍ତାନ ସହ ହାଇଭୋଲଟେଜ ମ୍ୟାଚ୍ ଜିତିଲା ଭାରତ। କଲମ୍ୱୋରେ ପାକିସ୍ତାନକୁ ୬୧ ରନରେ ହରାଇବାର ଖୁସିରେ ସାରା ଭାରତୀୟ ମସଗୁଲ୍ ଥିଲେ। କିନ୍ତୁ ଭାରତ ଜିତିବା ପରେ ପରେ ଏଭଳି ଏକ ଦୃଶ୍ୟପଟ୍ଟ ସାମ୍ନାକୁ ଆସିଲା, ଯାହା ପ୍ରତିଟି ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ହତବାକ୍ ବି କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାରା ଚଢ଼ିଗଲା। କୁଲଦୀପ ଯାଦବଙ୍କ ଉପରେ ରାଗରେ ଚଢ଼ିଗଲେ ହାର୍ଦ୍ଦିକ। ଆଉ ତା ସହ କ୍ୟାପଟେନ୍ ସୂର୍ଯ୍ୟ କୁମାର ଯାଦବ ବି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖାଯାଉଛି ଯେ, ସ୍ପିନର କୁଲଦୀପଙ୍କୁ ସୂର୍ଯ୍ୟ କୁମାର ଓ ହାର୍ଦ୍ଦିକ ଗାଳି କରୁଥିଲେ। ଘଟଣା ଥିଲା ଏମିତି। ପାକିସ୍ତାନ ପାଳିର ଶେଷ ଓଭରରେ ହାର୍ଦ୍ଦିକଙ୍କ ବଲରେ ଭାରତୀୟ ଖେଳାଳୀ ଦୁଇଟି କ୍ୟାଚ୍ ଛାଡ଼ିଥିଲେ। ସାହିନ୍ ଆଫ୍ରିଦିଙ୍କ ବଲକୁ କ୍ୟାଚ୍ ଧରି ନପାରି ଇଷାନ କିଶାନ ଗୋଟିଏ ମଉକା ହାତଛଡ଼ା କରିଥିଲେ। ଏହା ପର ବଲରେ ବାଉଣ୍ଡରିରେ କ୍ୟାଚ୍ ଛାଡ଼ିଥିଲେ କୁଲଦୀପ। ଯଦିଓ ଏହି କ୍ୟାଚ୍ ସହଜ ଲାଗୁଥିଲା। କିନ୍ତୁ କୁଲଦୀପ ଧରିପାରିନଥିଲେ। ଏହା ପରେ ଶେଷ ବଲରେ ପାକିସ୍ତାନର ଶେଷ ଓ୍ୱିକେଟ ନେବାକୁ ସକ୍ଷମ ହୋଇଥିଲେ ହାର୍ଦ୍ଦିକ। ଶେଷ ଓ୍ୱିକେଟ ପତ୍ତନ ପରେ ଯେତେବେଳେ ଭାରତୀୟ ଟିମ୍ ଖୁସିରେ ଏକାଠି ହୋଇଥିଲେ, ସେତିକିବେଳେ କୁଲଦୀପଙ୍କୁ ହାର୍ଦ୍ଦିକ ଗାଳି କରୁଥିବାର ଦେଖାଯାଇଥିଲା। ଏହା ପରେ କ୍ୟାପଟେନ ସୂର୍ଯ୍ୟ କୁମାର ବି କୁଲଦୀପଙ୍କ ଉପରେ ବର୍ଷିଥିଲେ। ତେବେ ଏଭଳି ପରିସ୍ଥିତିରେ ରିଙ୍କୁ ସିଂ ହସ୍ତକ୍ଷେପ କରିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now