ଅଗଷ୍ଟ 31 ରୁ ପାକିସ୍ତାନ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ ଏସିଆ କପ୍, ଭାରତ ନିଜର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବ

Spread the love

ନୂଆଦିଲ୍ଲୀ : ଏସିଆ କପ୍ କ୍ରିକେଟ୍ ଟୁର୍ନାମେଣ୍ଟ 2023 ଅଗଷ୍ଟ 31 ରୁ ସେପ୍ଟେମ୍ବର 17 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଏସୀୟ କ୍ରିକେଟ୍ ପରିଷଦ (ଏସିସି) ନିଶ୍ଚିତ କରିଛି ।

ଏହି ଟୁର୍ନାମେଣ୍ଟ ପ୍ରଥମ ଚାରୋଟି ମ୍ୟାଚ୍ ପାକିସ୍ତାନରେ ଖେଳାଯିବା ପରେ ଶେଷ ନଅ ମ୍ୟାଚ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ। ଏହି ବର୍ଷ ଏହି ଟୁର୍ନାମେଣ୍ଟ ଓଡିଆଇ ଫର୍ମାଟରେ ଖେଳାଯିବ  । ଭାରତୀୟ ଦଳ ଏହାର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବ ।

ଭାରତ, ପାକିସ୍ଥାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ନେପାଳ ଦଳ ଏସିଆ କପ୍ 2023 ରେ ଅଂଶଗ୍ରହଣ କରିବେ । ନେପାଳ ଚଳିତ ବର୍ଷ ଏହି ଟୁର୍ନାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛି ଏବଂ ପ୍ରଥମ ଥର ପାଇଁ ଏହି ଟୁର୍ନାମେଣ୍ଟରେ ଖେଳିବ ।

ଶ୍ରୀଲଙ୍କା ଏହି ଟୁର୍ନାମେଣ୍ଟର ଡିଫେଣ୍ଡିଂ ଚାମ୍ପିଅନ୍ । 2022 ମସିହାରେ ୟୁଏଇରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ପାକିସ୍ତାନକୁ ପରାସ୍ତ କରିଥିଲା।

ଲିଗ୍ ପର୍ଯ୍ୟାୟରେ ଭାରତ ପାକିସ୍ତାନ ଏବଂ ନେପାଳ ସହିତ ଗ୍ରୁପ୍ ଏ ରେ ଥିବାବେଳେ ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ଗ୍ରୁପ୍ ବି ରେ ଅଛନ୍ତି। ଉଭୟ ଗ୍ରୁପ୍ର ଦୁଇଟି ଦଳ ସୁପର ଫୋର୍ ପର୍ଯ୍ୟାୟକୁ ଉନ୍ନୀତ ହେବେ । ଏହା ପରେ ରାଉଣ୍ଡର ଦୁଇ ଦଳ ଫାଇନାଲରେ ପ୍ରବେଶ କରିବେ ।

Leave a Reply

Your email address will not be published. Required fields are marked *