ରୋହିତଙ୍କୁ ଆଉଥରେ କ୍ୟାପଟେନ୍ କରନ୍ତୁ। ମ୍ୟାଡାମ ମୋ କଥା ରଖିବେ। ହାତ ଯୋଡ଼ି ମୁମ୍ୱାଇ ଇଣ୍ଡିଆନ୍ସର ମାଲିକାଣୀ ନୀତା ଅମ୍ୱାନିଙ୍କୁ ଜଣେ ରୋହିତଙ୍କ କଟ୍ଟର ଫ୍ୟାନ୍ ଅନୁରୋଧ କରୁଥିବାର ଭିଡ଼ିଓ ଭାଇରାଲ ହୋଇଛି। ଅମ୍ୱାନୀ ହାଲକା ହସି ସଂପୃକ୍ତ ଫ୍ୟାନଙ୍କୁ ଚାହିଁ ବାବା ଯାହା ନିଷ୍ପତ୍ତି ନେବେ ବୋଲି ଇଙ୍ଗିତ କରିଥିଲେ। ସିରିଡି ସାଇ ମନ୍ଦିର ଦର୍ଶନରେ ନୀତା ଯାଇଥିଲା ବେଳେ ଏଭଳି ଘଟିଛି। ଏମିତିରେ ମୁମ୍ୱାଇ ଇଣ୍ଡିଆନ୍ସ ଟିମ୍ ଏ ସମୟରେ ଆଇପିଏଲରେ ଭଲ ପ୍ରଦର୍ଶନ କରିପାରୁନି। ୬ଟି ମ୍ୟାଚରୁ ୪ଟିରେ ହାରିଲାଣି ଟିମ୍। ଏହାରି ଭିତରେ ନୀତା ଶିରିଡ଼ି ସାଇ ବାବାଙ୍କ ଦରବାରରେ ପହଞ୍ଚିଥିଲେ ଆଉ ନିଜ ଟିମର ସଫଳତା ପାଇଁ ପ୍ରାର୍ଥନା କରିଥିଲେ। ମନ୍ଦିରରୁ ବାହାରିବା ବେଳେ କ୍ରିକେଟର ରୋହିତ ଶର୍ମାଙ୍କ ଜଣେ ପ୍ରଶଂସକ ତାଙ୍କ ପାଖକୁ ଆସି ହାତ ଯୋଡ଼ି ଏଭଳି ଅପିଲ୍ କରିଥିଲେ।ଆଇପିଏଲ ୨୦୨୫ରେ ମୁମ୍ୱାଇ ଇଣ୍ଡିଆନ୍ସର କ୍ୟାପଟେନ୍ ଭାର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିଆଯାଇଥିଲା। ଯାହାକୁ ନେଇ ରୋହିତଙ୍କ ପ୍ରଶଂସକଙ୍କ ଭିତରେ ନିରାଶା ଭାବ ଥିଲା। ଅଧିନାୟକତ୍ୱ ବଦଳିବା ପରଠୁ ଟିମର ପ୍ରଦର୍ଶନ ବି ଖରାପ ହେବାରେ ଲାଗିଛି। ଦିଲ୍ଲୀ କ୍ୟାପିଟାଲ୍ସ ବିରୁଦ୍ଧରେ ମୁମ୍ୱାଇ ଇଣ୍ଡିଆନ୍ସ ଭଲ ପ୍ରଦର୍ଶନ କରିଥିଲା। ଯଦିଓ ଏହି ମୁକାବିଲାରେ ବ୍ୟକ୍ତିଗତ ଭାବେ ରୋହିତ ଶର୍ମା ଫେଲ୍ ମାରିଗଲେ। କିନ୍ତୁ ମୁମ୍ୱାଇ ଇଣ୍ଡିଆନ୍ସ ଟିମ୍ ଦିଲ୍ଲୀକୁ ୧୨ ରନରେ ହରାଇ ସିଜିନର ଦ୍ୱିତୀୟ ଜିତ୍ ପକ୍କା କରିନେଇଥିଲା। ଏବେ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ନିଜ ହୋମଗ୍ରାଉଣ୍ଡରେ ଖେଳିବାକୁ ଯାଉଛି ମୁମ୍ୱାଇ ଇଣ୍ଡିଆନ୍ସ। ଗୁରୁବାର ସନରାଇଜର୍ସ ହାଇଦ୍ରାବାଦ ବିରୁଦ୍ଧରେ ପ୍ରଥମ ମ୍ୟାଚ୍ ଓ ରବିବାର ଚେନ୍ନାଇ ସୁପରକିଙ୍ଗସ ବିରୁଦ୍ଧରେ ଦ୍ୱିତୀୟ ମ୍ୟାଚ୍ ଖେଳିବ। କିଛି ଦିନ ହେଲା ରୋହିତଙ୍କ ଫର୍ମକୁ ନେଇ ଚିନ୍ତାରେ ଅଛି ଟିମ୍। ମୁମ୍ୱାଇ ଇଣ୍ଡିଆନ୍ସ ଓ କେକେଆର ମ୍ୟାଚ୍ ପରେ ନୀତା ଅମ୍ୱାନୀ ଓ ରୋହିତଙ୍କ ଭିତରେ ପଡିଆରେ ଗମ୍ଭୀର ଆଲୋଚନା ନେଇ ଭିଡିଓ ଭାଇରାଲ ହୋଇଥିଲା। ଆଲୋଚନା ବେଳେ ନୀତା ବେଶ୍ ଗମ୍ଭୀର ଦିଶୁଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now