ଓଭାଲରେ ବୋବାଲ- ଚିଫ୍ କ୍ୟୁରେଟରଙ୍କୁ ଅଙ୍ଗୁଳି ଦେଖାଇଲେ ଗାମ୍ଭୀର

ଓଭାଲ ମୈଦାନରେ ଗୌତମ ଗାମ୍ଭୀରଙ୍କ ସହ ଗ୍ରାଉଣ୍ଡ ଷ୍ଟାଫଙ୍କ ବଚସା। ଟିମ୍ ଇଣ୍ଡିଆରେ ହେଡ୍ କୋଚ୍ ଗୌତମ ଗାମ୍ଭୀର ପିଚ୍ ମୁଖ୍ଯ କ୍ୟୁରେଟର ଲି ଫୋର୍ଟିସଙ୍କୁ ଅଙ୍ଗୁଳି ଦେଖାଇ ଚାଲିଯିବାକୁ କହୁଥିବାର ଭିଡ଼ିଓ ଭାଇରାଲ ହୋଇଛି। କଅଣ କରିବା ଜରୁରୀ, ସେ କଥା ବତାଇବା ଦରକାର ନାହିଁ ବୋଲି ଲିଙ୍କୁ କହିିଥିଲେ ଗାମ୍ଭୀର। ତେବେ ଏଭଳି ବଚସା ପଛର କାରଣ ସାମ୍ନାକୁ ଆସିନି। କ୍ୟୁରେଟର ଫୋର୍ଟିସ୍‌ କହିଛନ୍ତି, ତାଙ୍କ ସହ ଗାମ୍ଭୀରଙ୍କ ଭଲ ବୁଝାମଣା ରହିଛି। ଭାରତ-ଇଂଲଣ୍ଡ ଭିତରେ ଜାରି ଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମୁକାବିଲା ଜୁଲାଇ ୩୧ରେ ଓଭାଲରେ ଖେଳାଯିବ। ଭାରତ ଏହି ମ୍ୟାଚକୁ ଜିତି ସ୍ଥିତି ବରାବର କରିବାକୁ ଚାହିଁବ। କାରଣ ଟିମ୍ ଭାରତ ଏବେ ଗୋଟିଏ ମ୍ଯାଚ୍ ଜିତିଥିଲା ବେଳେ ଇଂଲଣ୍ଡ ୨ଟି ଜିତିଛି। ମାଞ୍ଚେଷ୍ଟରରେ ଖେଳାଯାଇଥିବା ଚତୁର୍ଥ ମ୍ୟାଚରେ ଭାରତ ଦମଦାର ରିଟର୍ଣ୍ଣ କରି ଏହି ମ୍ୟାଚକୁ ଡ୍ର କରିବାରେ ସକ୍ଷମ ହୋଇଥିଲା। ଗାମ୍ଭୀର ଓ ଫୋର୍ଟିସଙ୍କ ଭିତରେ ବଚସା ବେଳେ ସିତାଂଶୁ କୋଟକ ହସ୍ତକ୍ଷେପ କରି ପରସ୍ପରକୁ ବୁଝାଇବାକୁ ପ୍ରୟାସ କରିଥିଲେ। କୁହାଯାଉଛି, ଅଭ୍ୟାସ ମ୍ୟାଚ୍ ବେଳେ ବଚସା ହୋଇଥିଲା। ଟିମ୍ ଇଣ୍ଡିଆ ପ୍ରାକ୍ଟିସ ପାଇଁ ଗଲାବେଳେ ପିଚ୍ ପୁରା ପ୍ରସ୍ତୁତ ନଥିଲା। ଆଉ କୋଚ୍ ଗାମ୍ଭୀର ଗ୍ରାଉଣ୍ଡସମ୍ୟାନଙ୍କ ସହ କଥା ହେବାକୁ ଚାହୁଁଥିଲେ। କିନ୍ତୁ ଲି କହିଥିଲେ, ସେମାନେ ଅଲଗା ପିଚରେ ପ୍ରାକ୍ଟିସ କରନ୍ତୁ। ଏହା ଶୁଣି ଗାମ୍ଭୀରଙ୍କ ପାରା ଚଢ଼ିଯାଇଥିଲା। ପିଚ୍ ସ୍ଥିତିକୁ ନେଇ ଯୁକ୍ତିତର୍କ ହୋଇଥିଲା। ସେ କେବଳ ଜଣେ ଗ୍ରାଉଣ୍ଡସମ୍ୟାନ୍। ଟିମକୁ କହିପାରିବେନି କଅଣ କରିବା ଦରକାର ବୋଲି ଗାମ୍ଭୀର କହୁଥିବାର ଭିଡ଼ିଓ ଭାଇରାଲ ହେଉଛି। ଏମିତିରେ ଗାମ୍ଭୀର ଗରମ ମିଜାଜର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *