ଭାରତ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ ୧-୦ ରେ ଭାରତର ବାଜିମାତ, ଅନ୍ତିମ ଦିନର ଖେଳ ବର୍ଷା ପାଇଁ ବ୍ୟାଘାତ

Spread the love

ପୋର୍ଟ ଅଫ୍ ସ୍ପେନ୍ : ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ବର୍ଷା ହେତୁ କୌଣସି ଫଳାଫଳ ବିନା ଡ୍ରରେ ଶେଷ ହୋଇଥିଲା। ଏହି ଡ୍ର ସହିତ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ ରେ ହାତେଇ ନେଇଛି । ଭାରତ ପ୍ରଥମ ମ୍ୟାଚଟି ଗୋଟିଏ ଇନିଂସ ଏବଂ ୧୪୧ ରନ୍ ସହ ଜିତିଥିଲା।

ଦ୍ୱିତୀୟ ଟେଷ୍ଟର ପଞ୍ଚମ ତଥା ଅନ୍ତିମ ବର୍ଷା ଖେଳ ବାଧା ପ୍ରାପ୍ତ ହୋଇଥିଲା । ପଞ୍ଚମ ଦିନ ସକାଳଠାରୁ ହିଁ ବର୍ଷା ହୋଇଥିଲା, ଯେତେବେଳେ ବର୍ଷା ବନ୍ଦ ହେଲା, ମଧ୍ୟାହ୍ନ ଭୋଜନ ଘୋଷଣା କରାଯାଇଥିଲା । ଅବଶ୍ୟ, ମଧ୍ୟାହ୍ନ ଭୋଜନ ପରେ ପୁଣି ବର୍ଷା ଆରମ୍ଭ ହୋଇଗଲା ଏବଂ ଶେଷରେ ମ୍ୟାଚ୍ ଅଧିକାରୀମାନଙ୍କୁ ପଞ୍ଚମ ଦିନର ଖେଳ ଶେଷ ଘୋଷଣା କରିବାକୁ ପଡିଥିଲା ।

ମ୍ୟାଚର ଶେଷ ଦିନରେ ଯେଉଁଠାରେ ୱେଷ୍ଟଇଣ୍ଡିଜ୍ ଜିତିବା ପାଇଁ ୨୮୯ ରନ୍ ଆବଶ୍ୟକ କରୁଥିଲା, ଭାରତକୁ ଜିତିବା ପାଇଁ ୮ ୱିକେଟ୍ ଆବଶ୍ୟକ ଥିଲା। ଆଗାମି ୨୭ରୁ ୱେଷ୍ଟଇଣ୍ଡିଜ୍ ବାପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସୃଙ୍ଖଳା ଆରମ୍ଭ କରିବ ଭାରତ । ଏହି ସୃଙ୍ଖଳା ୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଏହା ପରେ ଭାରତ ୱେଷ୍ଟଇଣ୍ଡିଜ୍ ସହ ୫ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ ।

Leave a Reply

Your email address will not be published. Required fields are marked *