ଇଂଲଣ୍ଡ ଗସ୍ତରେ ଟେଷ୍ଟ ସିରିଜ ଖେଳିବ ଭାରତ। ଆଉ ଭାରତୀୟ କ୍ରିକେଟ ଟିମର ନେତୃତ୍ୱ ନେବେ ଶୁଭମନ ଗିଲ୍। ଗିଲ୍ ଅଧିନାୟକ ଭାର ତୁଲାଇବେ ଆଉ ରିଷଭ ପନ୍ଥ ଉପଅଧିନାୟକର। ୧୮ ଜଣିଆ ଟେଷ୍ଟ ଟିମ୍ ଘୋଷଣା କରିଛି ବିସିସିଆଇ। ଇଂଲଣ୍ଡ ଗସ୍ତରେ ଯିବାକୁ ମନୋନୀତ ଖେଳାଳୀ ହେଲେ ୟେସଶ୍ୱୀ ଜୟସଓ୍ୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଇଆସଓ୍ୱାରନ, କରୁଣ ନାୟର, ନିତୀଶ ରେଡ୍ଡୀ, ରବୀନ୍ଦ୍ର ଜାଡ଼େଜା, ଧୃବ ଜୁର, ଓ୍ୱାସିଂଟନ ସୁନ୍ଦର, ସାର୍ଦ୍ଦୁଲ ଠାକୁର, ଜଶପ୍ରୀତ ବୁମରାହ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଆକାଶଦୀପ, ଅର୍ଶଦୀପ ସିଂ ଓ କୁଲଦୀପ ଯାଦବ। ୮ ବର୍ଷ ପରେ ଟିମକୁ ଫେରିଛନ୍ତି କରୁଣ ନାୟର। ମହମ୍ମଦ ସାମିଙ୍କୁ ଟିମରେ ସାମିଲ କରାଯାଇନି। ଚୟନ କମିଟି କହିଛି, ସାମିଙ୍କର ଏମଆରଆଇ ହୋଇଛି। ସେ ସମ୍ପୂର୍ଣ୍ଣ ଫିଟ୍ ନାହାନ୍ତି। ସର୍ଫରାଜ ଓ ହର୍ଷିତ ରାଣା ବାଦ୍ ପଡିଲେ। ଗିଲଙ୍କ ନେତୃତ୍ୱ ଉପରେ ଆସ୍ଥାପ୍ରକଟ କରିଛି ବିସିସିଆଇ। ଡବ୍ଲୁଟିସି ୨୦୨୫- ୨୦୨୭ ପାଇଁ ବି ଗୁରୁଦାୟିତ୍ୱ ତୁଲାଇବେ ଗିଲ୍। ଗିଲ୍ ଚୟନ ସମିତି ମୁଖ୍ୟ ଅଜିତ ଅଗରକର ମୁମ୍ୱାଇରେ ପ୍ରେସମିଟରେ ଏହି ଘୋଷଣା କରିଛନ୍ତି। ଇଂଲଣ୍ଡ ବିରୁଦ୍ଧରେ ଫାଇଭ୍ ଟେଷ୍ଟ ସିରିଜ ଖେଳିବ ଭାରତ। ଯାହାର ଆରମ୍ଭ ଜୁନ୍ ୨୦ରେ ଲିଡସ କ୍ରିକେଟ ଷ୍ଟାଡିଅମରେ ହେବ। ଟେଷ୍ଟ କ୍ରିକେଟର ପୂର୍ବତନ ଅଧିନାୟକ ରୋହିତ ଶର୍ମା ମେ ୭ରେ ଟେଷ୍ଟ କ୍ରିକେଟରୁ ଅଚାନକ ଅବସର ଘୋଷଣା କରିିଥିଲେ। ଏହାର କିଛି ଦିନ ପରେ ବିରାଟ କୋହଲି ବି ଟେଷ୍ଟ କ୍ରିକେଟକୁ ଅଲବିଦା କହିଦେଇଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now