ଭାରତ ଆଜି ୱେଷ୍ଟଇଣ୍ଡିଜ୍ ଗୁୟାନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି – ୨୦ ସୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ଭାରତୀୟ ସମୟ ୮ ଟା ଠାରୁ ଆରମ୍ଭ ହେବ। ଗୁରୁବାର ଦିନ ତ୍ରିନିଦାଦ ଏବଂ ତୋବାଗୋ ଠାରେ ପ୍ରଥମ ଟି – ୨୦ ମ୍ୟାଚରେ ହୋଷ୍ଟ ବିପକ୍ଷରେ ପରାଜୟ ପରେ ଟିମ୍ ଇଣ୍ଡିଆ ବାଉନ୍ସ ବ୍ୟାକ କରିବା ଲକ୍ଷରେ ପଡିଆକୁ ଓଲ୍ହାଇବ ।
ସିରିଜର ତୃତୀୟ ମ୍ୟାଚ୍ ଚଳିତ ମାସ ୮ ତାରିଖରେ ଗୁୟାନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ସମାନ ସ୍ଥାନରେ ଖେଳାଯିବ।
ଶେଷ ଦୁଇଟି ମ୍ୟାଚ୍ ଯୁକ୍ତରାଷ୍ଟ୍ରରେ ଖେଳାଯିବ । ଚତୁର୍ଥ ମ୍ୟାଚ୍ ୧୨ ଅଗଷ୍ଟରେ ଫ୍ଲୋରିଡାର ଲାଉଡେରହିଲ୍ ସ୍ଥିତ ସେଣ୍ଟ୍ରାଲ୍ ବ୍ରାଉଡର୍ ରେଜିଓନାଲ ପାର୍କ ଷ୍ଟାଡିୟମ୍ ଟର୍ଫ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ ଏବଂ ସିରିଜର ପଞ୍ଚମ ମ୍ୟାଚ୍ ଚଳିତ ମାସ ୧୩ତାରିଖରେ ସମାନ ସ୍ଥାନରେ ଖେଳାଯିବ।
ଭାରତ ୱେଷ୍ଟଇଣ୍ଡିଜ୍ ଠାରୁ ୧-୦ ରେ ଟେଷ୍ଟ ସୃଙ୍ଖଳା ବିଜୟଲାଭ ପରେ ଏକଦିବସୀୟ ସୃଙ୍ଖଳାକୁ ମଧ୍ୟ ୨-୧ ରେ ହାତେଇନେଇଥିଲା । ଏହା ପରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି – ୨୦ ସୃଙ୍ଖଳାର ପ୍ରଥମ ଟି – ୨୦ ମ୍ୟାଚରେ ଭାରତକୁ ୱେଷ୍ଟଇଣ୍ଡିଜ୍ ୪ ରନରେ ପରାସ୍ତ କରି ସିରିଜ୍ ଆରମ୍ଭ କରିଛି ବିଜୟ ସହ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now