୨-୧ରେ ସିିରିଜ ଜିତିଲା ଇଣ୍ଡିଆ। ବର୍ଷାରେ ଧୋଇଗଲା ମ୍ୟାଚ୍। ଆଜିର ଅନ୍ତିମ ମ୍ୟାଚ୍ ବର୍ଷା ପାଇଁ ଅଧାରୁ ବାତିଲ ହୋଇଯିବାରୁ ଭାରତ ଏହି ସିରିଜ ଜିତିନେଇଛି। ଭାରତ- ଅଷ୍ଟ୍ରେଲିଆ ଭିତରେ ଟି-ଟ୍ୱେଣ୍ଟିର ପଞ୍ଚମ ମ୍ୟାଚ୍ ବ୍ରିସବେନର ଗାବାରେ ହୋଇଥିଲା। ଏହି ମ୍ୟାଚ୍ ଉପରେ ସିରିଜ କିଏ ନେବ, ନିର୍ଭର କରୁଥିଲା। ଏମିତିରେ ଭାରତ ୨-୧ରେ ଆଗୁଆ ଥିଲା। ଆଉ ଆଜି ଯଦି ଅଷ୍ଟ୍ରେଲିଆ ଜିତିଥାଆନ୍ତା ତ ସିରିଜ ବରାବରରେ ସରିଥାଆନ୍ତା। ଅଷ୍ଟ୍ରେଲିଆ କ୍ୟାପଟେନ୍ ମିଚେଲ ମାର୍ସ ଟସ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଟିମ୍ ୪.୫ ଓଭର ଖେଳିଥିଲା। ଆଉ ଅଚାନକ ବର୍ଷାରୁ ଖେଳକୁ ରୋକି ଦିଆଯାଇଥିଲା। ତେବେ ପ୍ରବଳ ବର୍ଷାରୁ ଆଉ ଖେଳିବା ସମ୍ଭବପର ନଥିଲା। ଯେଉଁ ସମୟରେ ଖେଳକୁ ରୋକିଦିଆଯାଇଥିଲା, କୌଣସି ଓ୍ୱିକେଟ୍ ନ ହରାଇ ୫୨ ରନ୍ କରିଥିଲା ଭାରତ। ଅଭିଷେକ ଶର୍ମା ୧୩ଟି ବଲରେ ୨୩ ଓ ଶୁବମନ ଗିଲ୍ ୧୬ ବଲରେ ୨୯ ରନ୍ କରି ଖେଳୁଥିଲେ। ପ୍ରଥମ ମ୍ୟାଚ୍ ବି ବର୍ଷା କାରଣରୁ ରଦ୍ଦ ହୋଇଯାଇଥିଲା। ସିରିଜର ତୃତୀୟ ଓ ଚତୁର୍ଥ ମ୍ୟାଚ୍ ଭାରତ ଜିତିଥିଲା ବେଳେ ଦ୍ୱିତୀୟ ମ୍ୟାଚ୍ ଜିତିଥିଲା ଅଷ୍ଟ୍ରେଲିଆ। ଏହି ୫ ଦିନିଆ ଟି-ଟେଣ୍ଟି ସିରିଜରେ କେବଳ ୩ଟି ମ୍ଯାଚ୍ ଖେଳାଯାଇପାରିଲା। ତେବେ ଅଷ୍ଟ୍ରେଲିଆରେ କୌଣସି ଟି-ଟ୍ୱେଣ୍ଟି ସିରିଜ୍ ଆଜି ଯାଏଁ ହାରିନି ଟିମ୍ ଇଣ୍ଡିଆ।
Naxatra News is now on Whatsapp
Join and get latest news update delivered to you via whatsapp
Join Now