ପ୍ରଥମ ୱାନଡେରେ ଭାରତର ବିଶାଳ ବିଜୟ, ୱେଷ୍ଟଇଣ୍ଡିଜ ୫ ୱିକେଟରେ ପରାସ୍ତ

Spread the love

ବ୍ରିଜ୍ ଟାଉନ୍ : ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ କୁ ଭାରତ ପାଞ୍ଚ ୱିକେଟ୍ ସହ ଜିତି ଯାଇଛି । ଦଳର ଏହି ବିଜୟର ହିରୋ ଥିଲେ ସ୍ପିନ୍ ବୋଲର କୁଲଦୀପ ଯାଦବ,  ଯିଏ ମାତ୍ର ତିନି ଓଭରରେ ୬ ରନ୍ ଖର୍ଚ୍ଚ କରି ଚାରିଟି ୱିକେଟ୍ ନେଇଥିଲେ। ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବରେ ସମ୍ମାନିତ କରାଯାଇଥିଲା।

ଆୟୋଜକ ୱେଷ୍ଟଇଣ୍ଡିଜର ୧୧୫ ରନ୍‌ର ଛୋଟ ଟାର୍ଗେଟକୁ ହାସଲ କରିବା ପାଇଁ ପଡିଆକୁ ଓଲ୍ହାଇଥିବା ଭାରତୀୟ ଦଳ ଭଲ ଆରମ୍ଭ କରିନଥିଲା। ମାତ୍ର ୭ ରନ୍ ସ୍କୋର କରିବା ପରେ ଓପନର୍ ଶୁବମାନ ଗିଲଙ୍କୁ ଆଉଟ ହୋଇଯାଇଥିଲେ । ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସୂର୍ଯ୍ୟକୁମାର ଯାଦବ ଇଶାନ କିଶନଙ୍କ ସହ ମିଶି ଦଳ ପାଇଁ ୩୬ ରନ୍ ଯୋଡିଥିଲେ । ତେବେ ସୂର୍ଯ୍ୟକୁମାର ମଧ୍ୟ କ୍ରିଜରେ ଅଧିକ ସମୟ ରହି ନଥିଲେ ଏବଂ ବ୍ୟକ୍ତିଗତ ରନରେ ୧୯ ରନ୍ ସଂଗ୍ରହ କରି ପାଭିଲିୟନକୁ ଫେରିଥିଲେ । ଏହା ପରେ, ହାର୍ଦ୍ଦିକ ପାଣ୍ଡ୍ୟା ୫, ରନ୍ କରିଥିଲେ ଏବଂ ଶାର୍ଦ୍ଦୁଲ ଠାକୁର ୧ ରନ୍ ଯୋଗଦାନ କରି ପାଭିଲିୟନକୁ ଫେରିଥିଲେ । ଏହି ସମୟରେ, ଇଶାନ କିଶନ ତାଙ୍କର ଅର୍ଦ୍ଧଶତକ ପୂରଣ କରି ୫୨ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ଶେଷରେ ରବିନ୍ଦ୍ର ଜାଡେଜାଙ୍କ ଅପରାଜିତ ୧୬ ରନ୍ ଏବଂ ରୋହିତ ଶର୍ମା ଅପରାଜିତ୧୨ ରନ୍ ସହ ଭାରତ ମାତ୍ର ୨୨. ୫ ଓଭରରେ ବାଜୟ ଲକ୍ଷ ହାସଲ କରିନେଇଥିଲା । ୱେଷ୍ଟଇଣ୍ଡିଜ୍ ପାଇଁ ଗୁଡାକେଶ ମୋତି ଦୁଇଟି ୱିକେଟ୍ ନେଇଥିବାବେଳେ ଜୟଡେନ୍ ସିଲ୍ସ ଏବଂ ୟାନିକ୍ କରେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।

ଟସ୍ ହରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ ୱେଷ୍ଟଇଣ୍ଡିଜ ଦଳ । କିନ୍ତୁ ୱେଷ୍ଟଇଣ୍ଡିଜ ଭାରତକୁ ମାତ୍ର ୨୩ ଓଭର ପର୍ଯ୍ୟନ୍ତ ସାମନା କରିପାରିଥିଲା ଓ ମାତ୍ର ୧୧୪ ରନ୍ ର ବାଜୟ ଲକ୍ଷ ଭାରତ ଆଗରେ ବଖିବାରେ ସଫଳ ହୋଇଥିଲା। ୱେଷ୍ଟଇଣ୍ଡିଜ କ୍ୟାପଟେନ ସାଇ ହୋପ୍ ସର୍ବାଧିକ ୪୩, ଆଲିକ୍ ଅଥାନାଜେ ୨୨ ଏବଂ ବ୍ରେଣ୍ଡନ୍ କିଙ୍ଗ ୧୭ ରନ୍ ସଂଗ୍ରହ କରିଥିବାବେଳେ ଦଳର ୭ ଜଣ ବ୍ୟାଟ୍ସମ୍ୟାନ୍ ଡବଲ୍ ଡିଜିଟ ସ୍କେର ମଧ୍ୟ କରିବାରେ ସକ୍ଷମ ହୋଇପାରିନଥିଲେ । ସମ୍ପୂର୍ଣ୍ଣ ୱେଷ୍ଟଇଣ୍ଡିଜ୍ ଦଳ ରବିନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବଙ୍କ ଭାରତୀୟ ସ୍ପିନ୍ ଯୋଡି ଆଗରେ ତିଷ୍ଠି ପାରିନଥିଲା। ଜାଡେଜା ୩  ୱିକେଟ୍ ନେଇଥିବାବେଳେ, କୁଲଦୀପ ଯାଦବଙ୍କ ଆକାଉଣ୍ଟକୁ ଆସିଛି ୪ଟି  ୱିକେଟ୍ । ହାର୍ଦ୍ଦିକ ପାଣ୍ଡ୍ୟା, ଶାର୍ଦ୍ଦୁଲ ଠାକୁର ଏବଂ ମୁକେଶ କୁମାର ଗୋଟିଏ ଲେଖାଏଁ ସଫଳତା ପାଇଛନ୍ତି । ଏହି ସୃଙ୍ଖଳାର ଦ୍ୱିତୀୟ ମ୍ୟାଚ ଆସନ୍ତା କାଲି ଖେଳାଯିବ ।

Leave a Reply

Your email address will not be published. Required fields are marked *