ଆସନ୍ତା ଆୟର୍ଲାଣ୍ଡ ବିପକ୍ଷ ଟି -୨୦ ରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ଜସପ୍ରୀତ ବୁମ୍ରା

Spread the love

ଆଗକୁ ଆସୁଥିବା ଆୟର୍ଲାଣ୍ଡ ବିପକ୍ଷରେ ଟି -୨୦ ସୃଙ୍ଖଳାରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ଜସପ୍ରୀତ । ଦୀର୍ଘ ଦିନର ଆଘାତ ପରେ ବୁମରା ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଛନ୍ତି ।  ଅଗଷ୍ଟ ୧୮ ତାରିଖରୁ ଡବଲିନ୍ ରେ ଖେଳାଯିବାକୁ ଥିବା ଆୟର୍ଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ପାଇଁ ବିସିସିଆଇର ବରିଷ୍ଠ ଚୟନ କମିଟି ୧୫ ଜଣିଆ ଦଳ ଘୋଷଣା କରିଛି ।

ଏହି ଦଳରେ ଅଧିନାୟକ ଜସପ୍ରୀତ ବୁମ୍ରା, ରୁତୁରାଜ ଗାଇକ୍ୱାଡ ଭାଇସ କ୍ୟାପଟେନ, ଯଶସ୍ୱୀ ଜୈସ୍ୱାଲ, ତିଲକ ବର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ (ୱିକେଟ କିପର), ଜିତେଶ ଶର୍ମା (ୱିକେଟ କିପର), ଶିବମ ଦୁବେ, ୱସିଙ୍ଗଟନ ସୁନ୍ଦର, ଶାହାବାଜ ଅହମ୍ମଦ, ରବି ବିଷ୍ଣୋଇ, ପ୍ରଶିଦ୍ଧ କୃଷ୍ଣା, ଅର୍ଶଦୀପ ସିଂ, ମୁକେଶ କୁମାର ଏବଂ ଆବେଶ ଖାନ ସାମିଲ ଅଛନ୍ତି ।

Leave a Reply

Your email address will not be published. Required fields are marked *