ବିଦ୍ୟାଳୟ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ

Spread the love

 ବୌଦ୍ଧ: ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ନକରିବାକୁ ନେଇ ବିଦ୍ୟାଳୟ ଗେଟରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ। ଏଭଳି ଘଟଣା ଘଟିଛି ବୌଦ୍ଧ ବ୍ଲକ ଗୁନ୍ଦୁଲିଆ ସରକାରୀ ଉନ୍ନିତ ଉଚ୍ଚ  ବିଦ୍ୟାଳୟରେ। ସୂଚନା ଅନୁଯାୟୀ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୪୯ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ୧୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିଲେ। ସେହିପରି ଡେପୁଟେସନରେ ବାଉଁଶୁଣିରୁ ଦୁଇଜଣ ଶିକ୍ଷକ ପାଠ ପଢାଉଥିଲେ। ସେମାନେ ଭଲ ପାଠ ପଢ଼ଉଥିବାରୁ ଛାତ୍ରଛାତ୍ରୀଙ୍କର ଅତି ପ୍ରିୟ ଶିକ୍ଷକ ହୋଇଥିଲେ। ବର୍ତ୍ତମାନ ସେମାନଙ୍କୁ ଡେପୁଟେସନ ପ୍ରତ୍ୟାହାର କରିଦେବା ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏହାକୁ ପ୍ରତିବାଦ କରି ସ୍କୁଲ ଗେଟରେ ତାଲା ପକାଇ ପ୍ରତିବାଦ କରିଛନ୍ତି । ଯେପର୍ଯ୍ୟନ୍ତ ଏହାର ସମାଧାନ ନ ହୋଇଛି ସ୍କୁଲ ସମ୍ନାରୁ ହାଟିବୁ ନାହଁ ବୋଲି ଛାତ୍ରଛାତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *