କାହିଁକି ରିଟାୟାର୍ଡ ଆଉଟ୍ ହେଲେ ତିଲକ?

ତିଲକ ବର୍ମାଙ୍କୁ ରିଟାୟାର୍ଡ ଆଉଟ୍। ମ୍ୟାଚ୍ ଚାଲିଥିଲା ବେଳେ ମୁମ୍ୱାଇ ଇଣ୍ଡିଆନ୍ସ ତିଲକଙ୍କୁ ବାହାର କରିଦେଲା। ଦୋଷ ଏତିକି ଥିଲା ଯେ, ସେ ବହୁ ସ୍ଲୋ ଖେଳିଲେ। ତେବେ ତିଲକଙ୍କୁ ରିଟାୟାର୍ଡ ଆଉଟକୁ ନେଇ ବୋବାଲ ପରିସ୍ଥିତି ସୃଷ୍ଟି ହୋଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ୱାଇ ଇଣ୍ଡିଆନ୍ସର ଏହି ବ୍ୟାଟ୍ସମ୍ୟାନଙ୍କୁ କାହିଁକି ରିଟାୟାର୍ଡ ଆଉଟ୍ କରାଗଲା। ଆଇପିଏଲର ରିଟାୟାର୍ଡ ଆଉଟ୍ ହେବାରେ ଚତୁର୍ଥ ଖେଳାଳୀ ଅଟନ୍ତି ତିଲକ। ୨୦୨୨ରେ ଆର. ଅଶ୍ୱିନୀ, ୨୦୨୩ରେ ଅଥର୍ବ ତାୟଦେ, ସାଇ ସୁଦର୍ଶନ ବି ରିଟାୟାର୍ଡ ଆଉଟ୍ ହୋଇଥିଲେ। ତିଲକଙ୍କ ବାବଦରେ ଏଭଳି ନିଷ୍ପତ୍ତିରେ ହରଭଜନଙ୍କଠୁ ନେଇ ସୂର୍ଯ୍ୟକୁମାରଙ୍କ ଯାଏ ସମସ୍ତେ ତାଜୁବ୍। ଶୁକ୍ରବାର ଲକ୍ଷ୍ନୌ ସୁପରଜାଏଣ୍ଟ୍ସ (ଏଲଏସଜି) ଓ ମୁମ୍ୱାଇ ଇଣ୍ଡିଆନ୍ସ ( ଏମଆଇ) ଭିତରେ ମ୍ୟାଚ୍ ହେଉଥିଲା। ମୁମ୍ୱାଇ ପାଳିର ୧୯ତମ ଓଭରର ଶେଷ ବଲ ପଡ଼ିବା ପୂର୍ବରୁ ଅଚାନକ ତିଲକଙ୍କୁ ରିଟାୟାର୍ଡ ଆଉଟ୍ କରିଦିଆଗଲା। ଆଉ ଏଭଳି ନିଷ୍ପତ୍ତି ପରେ ଭାଙ୍ଗିପଡ଼ିଥିଲେ ତିଲକ। ପାଭିଲିଅନ ଫେରିଯାଇଥିଲେ। ସେତେବେଳ ସୁଦ୍ଧା ୨୩ଟି ବଲରେ ଦୁଇ ଚୌକା ସହ ୨୫ ରନ୍ କରିସାରିଥିଲେ ତିଲକ। ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ତାଜୁବ୍ କରିବା ସହ ସୋସିଆଲ ମିଡିଆରେ ଏହାର ଚର୍ଚ୍ଚା ଘମାସାନ ହୋଇଛି। ମ୍ୟାଚ୍ ଜାରି ବେଳେ କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ କଥାବାର୍ତ୍ତା ପରେ ତିଲକ ରିଟାୟାର୍ଡ ଆଉଟ୍ ନିଷ୍ପତ୍ତି ନେଇଥିଲେ। ଯେତେବେଳେ ମୁମ୍ୱାଇକୁ ଜିତ୍ ଲାଗି ୭ଟି ବଲରେ ୨୪ରନ୍ ଆବଶ୍ୟକ ଥିଲା। ମୁମ୍ୱାଇ ପାଇଁ ଇମ୍ପାକ୍ଟ ପ୍ଲେୟାର ଭାବେ ମୈଦାନକୁ ଓହ୍ଲାଇଥିଲେ ତିଲକ। ତିଲକଙ୍କ ବଦଳରେ ମିଚେଲ ସେଣ୍ଟନର ବ୍ୟାଟିଂ କରିବାକୁ ଆସିଥିଲେ। ଯିଏ ବଡ଼ ହିଟ୍ସ ଲଗାଇପାରନ୍ତିନି। ପରିଣାମସ୍ୱରୂପ ୧୯ ଓଭରର ଶେଷ ବଲରେ କେବଳ ୨ ରନ୍ ନେଇପାରିଥିଲେ ସେଣ୍ଟନର। ଶେଷ ଓଭରରେ ଏମଆଇକୁ ଜିତିବାକୁ ୨୨ ରନ୍ ଜରୁରୀ ଥିଲା। କିନ୍ତୁ ଟିମ୍ ମାତ୍ର ୯ ରନ୍ ହିଁ କରିପାରିଲା। ଶେଷରେ ମୁମ୍ୱାଇ ଟିମ୍ ଲକ୍ଷ୍ନୌରୁ ୧୨ ରନ୍ ରେ ହାରିଗଲା ମ୍ୟାଚ୍। ୨୦୩ ରନର ପିଛା କରିଥିବା ଏମଆଇର ଆରମ୍ଭ ଏତେଟା ଭଲ ନଥିଲା। ନମନ ଧୀର ଓ ସୂର୍ଯ୍ୟକୁମାର ଯାଦବ ମୁମ୍ୱାଇର ରନ୍ ସ୍କୋରକୁ ୧୫୦ ପାର୍ କରିଥିଲେ। ନମନ ଓ ସୂର୍ଯ୍ୟ ଆଉଟ୍ ପରେ ପାରି ସମ୍ଭାଳିଥିଲେ ତିଲକ ଓ ହାର୍ଦ୍ଦିକ। ୧୯ ଓଭରର ଶେଷ ବଲ ପଡ଼ିବା ଆଗରୁ କିନ୍ତୁ ତିଲକ ରିଟାୟାର୍ଡ ଆଉଟ୍ ହୋଇ ପାଭିଲିଅନ ଫେରିଗଲେ। ୧୮.୫ ଓଭରରେ ଏମିତି କଅଣ ହେଲା ଯେ, ତିଲକଙ୍କ ବିରୁଦ୍ଧରେ ଏଭଳି ନିଷ୍ପତ୍ତି ନିଆଗଲା। କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ସଫେଇ ଦେଇଛନ୍ତି ଯେ, ଏମିତି କରିବା ଜରୁରୀ ଥିଲା। କାରଣ ଟିମ୍ କୁ ବଡ଼ ହିଟ୍ସ ଆବଶ୍ୟକ ଥିଲା। ତିଲକ ବଡ଼ ହିଟ୍ସ ଲଗାଇବାକୁ ସମର୍ଥ ନଥିଲେ। ଏଥିଲାଗି କେହି ଦାୟୀ ନୁହଁନ୍ତି। ଟିମର୍ ବିଫଳତା ପୁରା ବ୍ୟାଟିଂ ୟୁନିଟର। କ୍ୟାପଟେନ ଭାବେ ସେ ପରାଜୟର ନୈତିକତା ନିଜ ମୁଣ୍ଡକୁ ନେଇଛନ୍ତି। ତେବେ ତିଲକଙ୍କ ଆଇପିଏଲରେ ଟ୍ରାକ୍ ରେକର୍ଡ ବେଶ୍ ଭଲ ଅଛି। ଆଇପିଏଲରେ ୧୪୩.୧୪ ଓ ଟ୍ୱେଣ୍ଟି-ଟ୍ୱେଣ୍ଟିରେ ଷ୍ଟ୍ରାଇକ୍ ରେଟ୍ ୧୫୫.୦୮ ରହିଛି। ଜଣେ ବିସ୍ଫୋଟକ ବ୍ୟାଟ୍ସମ୍ୟାନ ଭାବେ ଜଣାଶୁଣା ତିଲକ। ଟି-ଟ୍ୱେଣ୍ଟିରେ ଲଗାତାର ଦୁଇ ଶତକ ଲଗାଇସାରିଛନ୍ତି। ତିଲକଙ୍କୁ ମୈଦାନରୁ ବାହାରକୁ ଡାକିବା ନିଷ୍ପତ୍ତି ମୁମ୍ୱାଇ ଇଣ୍ଡିଆନ୍ସ କୋଚ୍ ମାହେଲା ଜୟବର୍ଦ୍ଧନେଙ୍କ ଥିଲା। ଦ୍ରୁତ ଗତିରେ ମୁମ୍ୱାଇ ଇଣ୍ଡିଆନ୍ସକୁ ରନ୍ କରିବା ଜରୁରୀ ଥିଲା। ସେଥିଲାଗି ରିଟାୟାର୍ଡ ଆଉଟ୍ କରାଯାଇଥିବା କହିଛନ୍ତି ଜୟବର୍ଦ୍ଧନେ। ଯଦିଓ ଏହା କଠିନ ନିଷ୍ପତ୍ତି ଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *