ବାପାଙ୍କୁ କ୍ୟାନସର। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଉ ପୁଅ ରିଙ୍କୁ ସିଂ ବିଶ୍ୱକପ୍ ଅଧାରୁ ଛାଡ଼ି ଘରକୁ ଫେରିଯାଇଛନ୍ତି। ରିଙ୍କୁଙ୍କ ବାପା ଖାନଚନ୍ଦ ସିଂ ଆଲିଗଡ଼ରେ ଘରେ ଘରେ ଗ୍ୟାସ୍ ସିଲିଣ୍ଡର ପହଞ୍ଚାଉଥିଲେ। ଆସନ୍ତାକାଲି ଭାରତ-ଜିମ୍ୱାଓ୍ୱେ ମ୍ୟାଚ୍ ଖେଳିପାରିବେ କି ନାହିଁ ରିଙ୍କୁ, ତାକୁ ନେଇ ସସପେନ୍ସ ଲାଗିରହିଛି। ରିଙ୍କୁ ଯଦି ଚେନ୍ନାଇରେ ଗୁରୁବାର ହେବାକୁ ଥିବା ମ୍ୟାଚରେ ଖେଳିବେନି, ତାହେଲେ ତାଙ୍କ ବଦଳରେ କିଏ ଖେଳିବ। ଟି-ଟ୍ୱେଣ୍ଟି ବିଶ୍ୱକପରେ ରିଙ୍କୁଙ୍କ ମହତ୍ତ୍ୱ କେବଳ ଜଣେ ଫିନିସର ଭାବେ ନୁହେଁ, ବରଂ ଜଣେ ପାର୍ଟ-ଟାଇମ୍ ବୋଲର ରୋଲ୍ ବି ନିର୍ବାହ କରୁଛନ୍ତି। ଫିଲଡିଂ ଟିମ୍ ଲାଗି ସବୁବେଳେ ବୋନସ ପ୍ରମାଣିତ ହୋଇଛନ୍ତି। ଗଲା ୫ ପାଳିରେ ନିଜର ଜଲଓ୍ୱା ଦେଖାଇବାକୁ ରିଙ୍କୁକୁ ଅଧିକ ସୁଯୋଗ ମିଳିନି। ଗଲା ୫ଟି ମ୍ୟାଚରେ ୬,୧, ଅପରାଜିତ ୧୧, ଅପରାଜିତ ୬ ଓ ଜିରୋରେ ଆଉଟ୍ ହୋଇଥିଲେ। ଗୋଟିଏ ମ୍ୟାଚରେ ବୋଲିଂ ବି କରିଥିଲେ। ଏବେ ତାଙ୍କ ପିତା ଷ୍ଟେଜ-୪ ଲିଭର୍ କ୍ୟାନସରରେ ପୀଡ଼ିତ। ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ଏଭଳି ସ୍ଥିତିରେ ବାପା ଓ ପରିବାର ସହ ରହିବାକୁ ସ୍ଥିର କରିଛନ୍ତି ରିଙ୍କୁ। ଏବେ ଯାଏ ସ୍ପଷ୍ଟ ହୋଇନି, ସେ ଟିମକୁ ଫେରିବେ କି ନାହିଁ। ରିଙ୍କୁଙ୍କ ବଦଳରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିବ କି। ଭାରତର ଡାହାଣ ହାତି ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ ବି ମଙ୍ଗଳବାର ପ୍ରାକ୍ଟିସ ମ୍ୟାଚରେ ବେଶ୍ ଝାଳ ବୁହାଇଛନ୍ତି। କୋଚ୍ ଗୌତମ ଗାମ୍ଭୀରଙ୍କ ସହ ବି ବେଶ୍ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ସଞ୍ଜୁ ସାମସନ୍ ଯଦି ପ୍ଲେଇିଂ ଇଲେଭେନରେ ସାମିଲ ହୁଅନ୍ତି। ତାହେଲେ ସେ ଓପନିଂ କରିବେ ନା ନମ୍ୱର ୫ରେ ଆସିବେ। ସଞ୍ଜୁ ଆସିଲେ ଭଲ ଫର୍ମରେ ଥିବା ଇଷାନଙ୍କୁ କଅଣ ମ୍ୟାନେଜମେଣ୍ଟ ନମ୍ୱର-୫ରେ ପଠାଇବ କି। ଗୁରୁବାର କଳା ମାଟି ପିଚରେ ଖେଳ ହେବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now