୨୭ ବର୍ଷ ପରେ ଆଇସିସି ଟ୍ରଫି ଜିତିଲା ଦକ୍ଷିଣଆଫ୍ରିକା

ଡବ୍ଲୁଟିସିର ନୂଆ ଚାମ୍ପିୟନ ସାଜିଲା ସାଉଥ ଆଫ୍ରିକା। ଅଷ୍ଟ୍ରେଲିଆକୁ ୫ ଓ୍ୱିକେଟରେ ହରାଇଛି ଦକ୍ଷିିଣ ଆଫ୍ରିକା। ଏହା ସହ ଲର୍ଡସ ମୈଦାନରେ ଐତିହାସିକ ବିଜୟ ହାସଲ କରିଛି। ଦୀର୍ଘ ୨୭ ବର୍ଷ ବ୍ୟବଧାନରେ ଦକ୍ଷିଣ ଆଫ୍ରିକା ଏହି ଟ୍ରଫି ଜିତିଛି। ଏଡେନ ମାର୍କରମଙ୍କ ଶତକ ଓ କ୍ୟାପଟେନ୍ ତେମ୍ୱା ବାବୁମାଙ୍କ ସହ ତୃତୀୟ ଓ୍ୱିକେଟରେ ୧୪୭ ରନ୍ ଯୋଡ଼ି ସହଯୋଗରେ ଦକ୍ଷିଣ ଆଫ୍ରିକା ଏହି ବାଜି ମାରିଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଟ୍ରଫି ହାସଲ କରିଛି। ଅଷ୍ଟ୍ରେଲିଆ ଟିମ୍ ପ୍ରଥମ ପାଳିରେ ଭଲ ରନ୍ କରିଥିଲେ ସୁଦ୍ଧା ପାରିନଥିଲା ଦକ୍ଷିଣ ଆଫ୍ରିକାକୁ। ଗତ ଥରର ଚାମ୍ପିଅନ ଅଷ୍ଟ୍ରେଲିଆ ଦକ୍ଷିଣ-ଆଫ୍ରିକାକୁ ୨୮୨ ରନର ଟାର୍ଗେଟ ଦେଇଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକା ୫ ଓ୍ୱିକେଟ ହରାଇ ୨୮୫ ରନ୍ କରି ଜିତ୍ ହାସଲ କରିଛି। ଅଷ୍ଟ୍ରେଲିଆର ଦ୍ୱିତୀୟ ପାଳି ତୃତୀୟ ଦିନରେ ୨୦୭ ରନ କରିପାରିଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୨୧୨ ରନ୍ କରିଥିଲା। ଆଉ ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ୧୩୮ ରନ କରିଥିଲା। ଦକ୍ଷିଣ ଆଫ୍ରିକାର ଷ୍ଟାର୍ଟିଂ ବିଲକୁଲ ଭଲ ନଥିଲା। ୭୦ ରନରେ ଦୁଇ ଓ୍ୱିକେଟ୍‌ ପଡ଼ିସାରିଥିଲା। ଆଉ ତୃତୀୟ ଓ୍ୱିକେଟ ଯୋଡ଼ି ଏଡେନ ମାର୍କରମ ଓ ଟେମ୍ୱା ବାବୁମାଙ୍କ ଯୋଡ଼ି ୧୪୭ ରନ୍ ହାସଲ ଦକ୍ଷିଣ ଆଫ୍ରିକାକୁ ଏହି ଐତିହାସିକ ଜିତର ସ୍ୱାଦ ଚଖାଇଲା। ସେପଟେ ଆଇସିସି ଫାଇନାଲ ଚତୁର୍ଥ ଥର ହାରିଛି ଅଷ୍ଟ୍ରେଲିଆ। ୧୯୮୭, ୧୯୯୯, ୨୦୦୩, ୨୦୦୭, ୨୦୧୫ ଓ ୨୦୨୩ରେ ଓ୍ୱାନଡେ ବିଶ୍ୱକପ୍ ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ। ୨୦୦୬ ଓ ୨୦୦୯ରେ ଟାମ୍ପିଅନ୍ସ ଟ୍ରଫି ବି ଜିତିଥିଲା। ୨୦୨୧ରେ ଟି-ଟ୍ୱେଣ୍ଟି ଓ୍ୱାର୍ଲଡକପ୍ ଓ ୨୦୨୩ରେ ଡବ୍ଲୁଟିସି ଟ୍ରଫି ଜିତିଥିଲା। ଲଗାତାର ଦ୍ୱିତୀୟ ଥର ଏହି କପ୍ ଜିତି ଇତିହାସ ରଚିବାରୁ ଦୂରରେ ରହିଲା ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ସର୍ବାଧିକ ୧୪ଟି ଆଇସିସି ଫାଇନାଲ୍ ଖେଳିଛି। ଆଉ ୧୦ଟି ଜିତିଛି। ୧୯୭୫ରେ ଓ୍ୱେଷ୍ଟଇଣ୍ଡିଜ, ୧୯୯୬ରେ ଶ୍ରୀଲଙ୍କା, ୨୦୧୦ରେ ଇଂଲଣ୍ଡ ଆଉ ଏବେ ହରାଇଲା ଦକ୍ଷିଣ ଆଫ୍ରିକା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *