ସୂର୍ଯ୍ୟ କୁମାର ଯାଦବ ହେଲେ ମୁମ୍ୱାଇ ଇଣ୍ଡିଆନ୍ସର କ୍ୟାପଟେନ୍। କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ସେ ଚେନ୍ନାଇ ସୁପରକିଙ୍ଗସ ବିରୁଦ୍ଧରେ ଅଧିନାୟକର ଭାର ସମ୍ଭାଳିବେ। ଆଇପିଏଲ ୨୦୨୫ର ପ୍ରଥମ ମୁକାବିଲା ମାର୍ଚ୍ଚ ୨୩ରେ ଚେନ୍ନାଇ ସୁପରକିଙ୍ଗସ ସହ ଖେଳିବ ମୁମ୍ୱାଇ ଇଣ୍ଡଆନ୍ସ। ଏଥିପାଇଁ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟ ଯାଦବଙ୍କୁ ନିଜର ନୂଆ କ୍ୟାପଟେନ୍ ଘୋଷଣା କରିଛି ଟିମ୍। ବ୍ୟାନ୍ ଲାଗିବା ହେତୁ ପ୍ରଥମ ମ୍ୟାଚ୍ ମୁମ୍ୱାଇ ଇଣ୍ଡିଆନ୍ସର ନିୟମିତ କ୍ୟାପଟେନ୍ ହାର୍ଦ୍ଦିକ ଖେଳିପାରିବେନି। ଆଇପିଏଲ ୨୦୨୪ରେ ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ମୁମ୍ୱାଇ ଇଣ୍ଡିଆନ୍ସ ୩ଟି ମ୍ୟାଚରେ ଧୀମା ଓଭର ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲା। ଏହାକୁ ନେଇ ହାର୍ଦ୍ଦିକଙ୍କ ଉପରେ ଗୋଟିଏ ମ୍ୟାଚ୍ ଖେଳିପାରିବେନି ବୋଲି ଲାଗିଥିଲା ବ୍ୟାନ୍। ସୂର୍ଯ୍ୟ କୁମାର ଯାଦବ ଏବେ ଭାରତୀୟ ଟି-ଟ୍ୱେଣ୍ଟି ଟିମର କ୍ୟାପଟେନ୍ ଅଛନ୍ତି। ସେଥିଲାଗି ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ସେ ହିଁ କ୍ୟାପଟେନର ଦାୟିତ୍ୱ ନେବାକୁ ବିଲକୁଲ ଉପଯୁକ୍ତ ବୋଲି କୁହାଯାଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now