ସିଡନୀରେ ଭାରତର ବିଜୟ- ରୋହିତ କୋହଲି ଯୋଡ଼ି କଲେ କମାଲ- ସିରିଜ୍ ନେଲା ଅଷ୍ଟ୍ରେଲିଆ

ସିଡନୀରେ ଭାରତର ଦମଦାର ବିଜୟ। ତୃତୀୟ ଏକଦିବସୀୟ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୯ ଓ୍ୱିକେଟରେ ବିଜୟୀ ହୋଇଛି। ରୋହିତଙ୍କ ଅପରାଜିତ ୧୨୧ ରନ୍ ଓ କୋହଲିଙ୍କ ଅପରାଜିତ ୭୪ ରନ୍ ବଳରେ ଭାରତ ବିଜୟ ହାସଲ କରିଛି। ଅଷ୍ଟ୍ରେଲିଆ ସମସ୍ତ ଓ୍ୱିକେଟ୍‌ ହରାଇ ୪୬.୪ ଓଭରରେ ୨୩୬ ରନ୍ କରିଥିଲା। ଆଉ ଭାରତ ୩୮.୩ ଓଭରରେ ମାତ୍ର ଗୋଟିଏ ଓ୍ୱିକେଟ୍ ହରାଇ ମ୍ଯାଚ୍ ଜିତିନେଇଛି। ଅଷ୍ଟ୍ରେଲିଆର ୨୩୭ ରନର ପିଛା କରି ୬୯ ରନରେ ଭାରତର ପ୍ରଥମ ଓ୍ୱିକେଟ ପଡ଼ିଥିଲା। ଜୋଶ ହେଜଲବୁଡ୍ ଶୁଭମନ ଗିଲଙ୍କୁ ଆଉଟ୍ କରିଥିଲେ। ଏହା ପରେ ପାରି ସମ୍ଭାଳିଥିଲେ ରୋହିତ ଓ କୋହଲି। ଦୁହିଁଙ୍କ ଭିତରେ ୧୬୮ ରନ୍ ଭାଗିଦାରୀ ହୋଇଥିଲା। ରୋହିତ ୧୨୫ ବଲରେ ୧୩ ଚୌକା ଓ ୩ଟି ଛକା ବଳରେ ୧୨୧ ରନ୍ କରିଥିଲେ। ସେପଟେ କୋହଲି ୮୧ ବଲରେ ୭ଟି ଚୌକା ମାରି ୭୪ ରନ୍ କରିଥିଲେ। ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। ଭାରତ ପକ୍ଷରୁ ହର୍ଷିତ ରାଣା ସର୍ବାଧିକ ୪ ଓ୍ୱିକେଟ୍ ନେଇଛନ୍ତି। ଓ୍ୱାସିଂଟନ ସୁନ୍ଦର ୨ ଟି ୱିକେଟ ନେଇଥିଲା ବେଳେ କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା ଓ ଅକ୍ଷର ପଟେଲଙ୍କୁ ଗୋଟିଏ ଲେଖାଏଁ ଓ୍ୱିକେଟ ନେବାର ସଫଳତା ମିଳିଛି। ଅଷ୍ଟ୍ରେଲିଆର ଏକ ମାତ୍ର ବ୍ଯାଟ୍ସମ୍ୟାନ୍ ମେଟ୍ ରେନସୋ କେବଳ ୫୦ ରନ୍ ପାର୍ କରିପାରିଥିଲେ। ସେ ୫୬ ରନ କରିଥିଲେ। ରୋହିତଙ୍କ ଦମଦାର ଶତକ ବଳରେ ଭାରତର ସିଡନୀ ବିଜୟରେ ଚାରିଆଡ଼ୁ ଶୁଭେଛାର ସୁଅ ଛୁଟିଛି। ରୋହିତଙ୍କୁ ସିରିଜର ପ୍ଲେୟାର ଅଫ ଦି ମ୍ୟାଚ୍ ମିଳିଛି। ସେ ନିଜର ତିନି ପାଳିରେ ହାରାହାରି ୧୦୧ ହିସାବରେ ମୋଟ୍‌ ୨୦୨ ରନ୍ କରିଛନ୍ତି। କିନ୍ତୁ ଅଷ୍ଟ୍ରେଲିଆ ଓ୍ୱାନଡେ ସିରିଜ୍ ଜିିତିଲା। କାରଣ ଅଷ୍ଟ୍ରେଲିଆ ୩ଟି ମ୍ଯାଚରୁ ୨ଟିରେ ଜିତିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *