କ୍ରିକେଟ ବିଶ୍ୱକପ୍ ରୁ ବାଦ ପଡିଲା ୱେଷ୍ଟଇଣ୍ଡିଜ୍

Spread the love

ହାରେରେ ଠାରେ ସ୍କଟଲ୍ୟାଣ୍ଡ ଠାରୁ ମିଳିଥିବା ପରାଜୟ ପରେ ୱେଷ୍ଟଇଣ୍ଡିଜ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟରୁ ବାଦ ପଡିଛି । ଦୁଇଥର ଚାମ୍ପିୟନ ୱେଷ୍ଟଇଣ୍ଡିଜ ଦଳ ଭାରତରେ ହେବାକୁ ଥିବା ୨୦୨୩ ଏକଦିବସିଅ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବାର ରେସ୍ ରୁ ବାଦ ପଡିଛି  । ହାରେରେ ଠାରେ ଆୟୋଯିତ ଯୋଗ୍ୟତା ଅର୍ଜନ କରିଥିବା ସୁପର ସିକ୍ସ ମ୍ୟାଚରେ ସ୍କଟଲ୍ୟାଣ୍ଡ ୱେଷ୍ଟଇଣ୍ଡିଜକୁ ସାତ ୱିକେଟରେ ପରାସ୍ତ କରିଛି । ୧୯୭୫ ଏବଂ ୧୯୭୯ ସଂସ୍କରଣର ଚାମ୍ପିଅନ୍ ହୋଇଥିଲା । ଟୁର୍ଣ୍ଣାମେଣ୍ଟର ୪୮ ବର୍ଷ ଇତିହାସରେ ଏହା ପ୍ରଥମ ଥର ପାଇଁ ସୀମିତ ଓଭର କ୍ରିକେଟ୍ ରେ ଶ୍ରେଷ୍ଠ ୧୦ ଟିମରେ ୱେଷ୍ଟଇଣ୍ଡିଜ୍ ସ୍ଥାନ ପାଇବ ନାହିଁ  ।

ଶନିବାର ଦିନ ୱେଷ୍ଟଇଣ୍ଡିଜ୍ ପୁଣି ଥରେ ବ୍ୟାଟ୍ସମ୍ୟାନଙ୍କ ସହ ନିରାଶାଜନକ ପ୍ରଦର୍ଶନ କରି ୪୩. ୫ ଓଭରରେ ମାତ୍ର ୧୮୧ ରନ୍ ସଂଗ୍ରହକରି ଅଲ୍ ଆଉଟ୍ ହୋଇଥିଲା । ଏବଂ ସ୍କଟଲ୍ୟାଣ୍ଡ ୧୮୨ ରନ୍ ର ବିଜୟ ଲକ୍ଷକୁ ଅତି ସହଜରେ ମାତ୍ର ୪୩. ୩ ଓଭରେ ୩ଟି ୱିକେଟ୍ ହରାଇ ହାସଲ କରିନେଇଥିଲା ।

Leave a Reply

Your email address will not be published. Required fields are marked *