ଆଇପିଏଲ : କ୍ୱାଲିଫାୟର୍ 1 ରେ ଗୁଜୁରାଟକୁ 15 ରନ୍ ରେ ପରାସ୍ତ କରି ଦଶମ ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି

Spread the love

ଚେନ୍ନାଇ ସୁପର କିଙ୍ଗ୍ସ ଗତକାଲି ଏମ ଚିଦାମ୍ବରମ୍ ଷ୍ଟାଡିୟମରେ କ୍ୱାଲିଫାୟର୍ରେ ଗୁଜୁରାଟ ଟାଇଟାନ୍ସକୁ 15 ରନ୍ ରେ ପରାସ୍ତ କରିଛି । ଏହି ବିଜୟ ସହିତ ସୁପର କିଙ୍ଗ୍ସ ଦଶମ ଆଇପିଏଲ୍ ଫାଇନାଲରେ ପହଞ୍ଚିଛି।

ଗୁଜୁରାଟ ଟାଇଟାନ୍ସ ପ୍ରଥମେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସକୁ ପ୍ରଥମେ ବ୍ୟାଟିଂ କରିବେକୁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ବୋର୍ଡରେ ମୋଟ 172/7 ଲଗାଉପାରିଥିଲା । ସୁପର କିଙ୍ଗ୍ସ ପାଇଁ ଓପନର୍ – ରୁତୁରାଜ ଗାଇକ୍ୱାଡ ଏବଂ ଡିଭନ୍ କନୱେ 87 ରନ୍ ର ପାର୍ଟନରସିପ୍ ଲଗାଇ ସୁଦ୍ଋଢ ମୂଳଦୂଆ ଦେଇଥିଲେ ।  

ରାଉତରାଜ ଏକ ଅର୍ଦ୍ଧଶତକ ହାସଲ କରିଥିବା ବେଳେ (44 ରେ 60), କନୱେ 34-ବଲରେ 40 ରନ୍ ସ୍କୋର କରିଥିଲେ । ମହମ୍ମଦ ଶାମି ଏବଂ ମୋହିତ ଶର୍ମା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।

ଏହାର ଉତ୍ତରରେ ଗୁଜୁରାଟ ଟାଇଟାନ୍ସ ମାତ୍ର 157 ରନ୍ ରେ ଅଲ ଆଉଟ ହୋଇ ଯାଇଥିଲା । ଓପନର୍ ଶୁଭମାନ ଗିଲ ସର୍ବାଧିକ 38-ବଲ 42 ରନ ସ୍କୋର କରିଥିବାବେଳେ ରସିଦ ଖାନ ଲୋଅର ଅର୍ଡରରେ 30 ରନର ଏକ ସୁନ୍ଦର ଇନିଙ୍ଗ୍ସ ଖେଳିଥିଲେ । । ଜାଡେଜା 4 ଓଭର ରେ 18 ରନ ଖର୍ଚ କରି 2ଟି ୱିକେଟ ହାସଲ କରିଥିଲେ ।

ରୁତୁରାଜ ଗାଇକୱାଡଙ୍କ 60 ରନ ଓ 2ଟି ସୁନ୍ଦର କ୍ୟାଚ ପାଇଁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଆୱାର୍ଡ ପାଇଥିଲେ ।  

ଆଜି ପ୍ରଥମ ଏଲିମିନେଟରରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ୍ ମୁମ୍ବାଇ ଇଣ୍ଡିଆନ୍ସ୍ କୁ ଭେଟିବ ।  

Leave a Reply

Your email address will not be published. Required fields are marked *