ବର୍ତ୍ତମାନ ଏସିଆ କପ୍ ଏବଂ ବିଶ୍ୱକପ୍ ବିଷୟରେ ଚିନ୍ତିତ ନୁହଁନ୍ତି ୟୁଜି ଚହଲ

Spread the love

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲ କହିଛନ୍ତି ଯେ, ସେ ବର୍ତ୍ତମାନ ଏସିଆ କପ୍ ଏବଂ ବିଶ୍ୱକପ୍ ପାଇଁ ଦଳରେ ସ୍ଥାନ ବିଷୟରେ ଚିନ୍ତା କରୁନାହାଁନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଉଥିବା ଟି – ଟ୍ୱେଣ୍ଟି ସିରିଜ୍ ଉପରେ ବର୍ତ୍ତମାନ ତାଙ୍କର ସାରା ଧ୍ୟାନ କେନ୍ଦ୍ରିତ ରହିଛି ।

ଭାରତୀୟ ଦଳ ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛି, ଯେଉଁଠାରେ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଖେଳୁଛି । ପୂର୍ବରୁ 2 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବଂ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳିସାରିଛି । ଟି- ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ଭାରତୀୟ ଦଳ ହରାଇଥିଲା। ଏଭଳି ପରିସ୍ଥିତିରେ ଭାରତୀୟ ଦଳ ଦ୍ୱିତୀୟ ଟି – ଟ୍ୱେଣ୍ଟି ରେ ବିଜୟ ସହ କମ୍ ବ୍ୟାକ୍ କରିବାକୁ ଚାହିଁବ । ଆଜି (ରବିବାର) ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ଟି – ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ।

ଦ୍ୱିତୀୟ ଟି – ଟ୍ୱେଣ୍ଟି ମ୍ୟାଚ୍ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଚାହଲ କହିଛନ୍ତି ଯେ, ମୋର ଧ୍ୟାନ କେବଳ ଏହା ଉପରେ ଏଅଛି ଯେ, ମୁଁ ଏବେ ଏଠାରେ ଅଛି । ତଥାପି ଚାରୋଟି ମ୍ୟାଚ୍ ବାକି ଅଛି ଏବଂ ମୋତେ ସେଥିରେ ଭଲ ପ୍ରଦର୍ଶନ କରିବାକୁ ପଡିବ ।  ମୁଁ ସେହି ବିଷୟରେ ଚିନ୍ତା କରେ ନାହିଁ ଯାହା ମୋ ହାତରେ ନାହିଁ । ମୁଁ ଏସିଆ କପ୍ କିମ୍ବା ବିଶ୍ୱକପ୍ ବିଷୟରେ ଚିନ୍ତା କରୁନାହିଁ, ମୁଁ କେବଳ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି – ଟ୍ୱେଣ୍ଟି ସିରିଜ୍ ବିଷୟରେ ଚିନ୍ତା କରୁଛି ।

ଏସିଆ କପ୍ ଏବଂ ବିଶ୍ୱକପ୍ ପାଇଁ ଭାରତୀୟ ଦଳର ପ୍ଲେଇଂ ଇଲେଭେନ ରେ ରବିନ୍ଦ୍ର ଜାଡେଜା ଏକ ସ୍ପିନ୍ ଅଲରାଉଣ୍ଡର ହେବା ପାଖାପାଖି ନିଶ୍ଚିତ । ତାଙ୍କର ବ୍ୟାକଅପ୍ ଭାବରେ ଆକ୍ସାର ପଟେଲ ପ୍ରଥମ ପସନ୍ଦ ହେବାକୁ ଯାଉଛନ୍ତି । ଅନ୍ୟପକ୍ଷରେ, କୁଲଦୀପ ଯାଦବ ରିଷ୍ଟ ସ୍ପିନରଙ୍କ ମଧ୍ୟରେ ଚାହଲଙ୍କଠାରୁ ଆଗରେ ରହିଛନ୍ତି।

ଚାହଲ କହିଛନ୍ତି ଯେ, ଦଳର ପରଫେକ୍ଟ ବାଲାନ୍ସ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ । ଯଦି ଜାଡେଜା କିମ୍ବା ଅକ୍ଷାର ନଂ ୭ରେ ଖେଳନ୍ତି, ତେବେ ୱିକେଟ୍ ଉପରେ ନିର୍ଭର କରି ଆମେ ତିନି ସ୍ପିନରଙ୍କୁ ଖେଳାଉ । ବର୍ତ୍ତମାନ କୁଲଦୀପ ଭଲ ବୋଲିଂ କରୁଛନ୍ତି, ତାଙ୍କର ଲୟ ଭଲ ରହିଛି, ତେଣୁ ସେ ଏହାର ସୁଯୋଗ ପାଇଛନ୍ତି । ମୁଁ କେବଳ ନେଟ୍ସ୍ ରେ ଅଭ୍ୟାସ ଜାରି ରଖେ ଯାହାଦ୍ୱାରା ଯେତେବେଳେ ସୁଯୋଗ ଆସେ, ମୁଁ ଏହାର ଲାଭ ଫାଇଦା ଉଠାଇ ପାରିବି ।

ଚହଲ ଲଗାତାର ଦଳର ଏକ ଅଂଶ ହୋଇ ରହିଛନ୍ତି, ଅନେକ ମ୍ୟାଚରେ ତାଙ୍କୁ ସୁଯୋଗ ମିଳିନାହିଁ ।

Leave a Reply

Your email address will not be published. Required fields are marked *