ଅପରାଧରାଜ୍ୟ

ଗାଡି ଯାଞ୍ଚ ସମୟରେ ମହିଳା ଇନ୍ସପେକ୍ଟରଙ୍କ ହତ୍ୟା

ରାଞ୍ଚିରେ ଗାଡି ଯାଞ୍ଚ ସମୟରେ ଜଣେ ମହିଳା ଇନ୍ସପେକ୍ଟରଙ୍କ ହତ୍ୟା l ଇନ୍ସପେକ୍ଟର ସନ୍ଧ୍ୟା ଟପ୍ଲୋଙ୍କୁ ଗୋରୁ ଚୋରା ଚାଲାଣକାରୀମାନେ ଚେକିଂ ସମୟରେ ତାଙ୍କ ଉପରେ ଗାଡି ଚଢ଼ାଇଦେଇଛନ୍ତି । 2018 ବ୍ୟାଚ୍ ଇନ୍ସପେକ୍ଟର ସନ୍ଧ୍ୟା ଟପ୍ନୋ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଅଟକେଇବା ସମୟରେ ଏହି ଘଟଣା ଘଟିଛି । ଘଟଣାସ୍ଥଳରେ ଇନ୍ସପେକ୍ଟର ମୃତ୍ୟୁ ବରଣ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ମଙ୍ଗଳବାର ରାତି ପ୍ରାୟ 3:00 ସମୟରେ ଘଟିଥିଲା |

ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ ସଂନ୍ଧ୍ୟାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ଥାନା ପ୍ରଭାରୀଙ୍କ ସମତେ ଅନ୍ୟ ଅଧିକାରୀ ପହଞ୍ଚି ସଂନ୍ଧ୍ୟାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛନ୍ତି । ଏହା ସହିତ ଅଭିଯୁକ୍ତ ଗାଡି ଚାଲକକୁ ଖୋଜିବା ଆରମ୍ଭ ହୋଇଛି । ଆଖପାଖର ସମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି ।

  • ଅଭିଷେକ ପୁରୋହିତଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button