ଅପରାଧଜାତୀୟ

ଗୁଣି ପାଇଁ ସମ୍ପର୍କୀୟ ଭାଇକୁ ବଳି

ଉତ୍ତର ପ୍ରଦେଶ: ଗୁଣିଆ  କଥାରେ ପଡି ସମ୍ପର୍କୀୟ ଭାଇକୁ ବଳି ଦେଲା ଯୁବୁକ । ଆଧୁନିକ ଯୁଗରେ ଲୋକଙ୍କ ମନରେ ଏବେବି ଗୁଣିଗାରେଡିର ଅନ୍ଧବିଶ୍ୱାସ ପଇଁତରା ମାରି ବସିଛି । ଏପରି ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରତେଶରେ । ଗୁଣିଆ କଥାରେ ପଡି ସମ୍ପର୍କୀୟ ଭାଇକୁ ହତ୍ୟା କରିଥିବା ଅଭିଯୋଗରେ ଗୁଣିଆ ସମେତ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ ଉତ୍ତରପ୍ରଦେଶର ବାର୍ଚା ଗ୍ରାମରେ ବସବାସ କରୁଥିବା କୃଷ୍ଣ ବର୍ମାଙ୍କ 10 ବର୍ଷୀୟ ପୁଅ ବିବେକ ବର୍ମା ଗୁରୁବାର ହଠାତ କେଉଁଆଡେ ଗାଏବ ହୋଇଯାଇଥିଲେ । ପରିବାର ଲୋକଙ୍କ ବହୁତ ଖୋଜାଖୋଜି କରିବା ପରେ ରାତିରେ ସ୍ଥାନୀୟ ଏକ ପଡିଆରୁ ତଣ୍ଟିକଟା ଅବସ୍ଥାରେ ବିବେକଙ୍କ ମୃତଦେହ ଠାବ ହୋଇଥିଲା । ଏଥିରେ ପରିବାର ଲୋକେ ପୋଲିସକୁ  ପୁଅର ହତ୍ୟା ନେଇ ଅଭିଯୋଗ କରିଥିଲେ । 

ତଦନ୍ତରୁ ମୃତକଙ୍କ ଭାଇ ଓ ଦାଦା ଏ ହତ୍ୟା ପଛରେ ଥିବା ଜାଣିବାକୁ ପାଇଥିଲା ପୋଲିସ  । ତୁରନ୍ତ ସେମାନଙ୍କୁ ଗିରଫ କରି ପଚରା ଉଚରା କରିବା ପରେ ସଂପୂର୍ଣ୍ଣ କଥା ଜଣାପଡିଥିଲା । ଉତ୍ତର ପ୍ରଦେଶ ବାହାରାଇଚର ଏସପି ପ୍ରଶାନ୍ତ ବର୍ମାଙ୍କ କହିବା ଅନୁଯାୟୀ । ଅନୂପଙ୍କ ଅଢେଇ ବର୍ଷର ପୁଅଟିଏ ଅଛି, ଯାହାର ମାନସିକ ରୋଗକୁ ନେଇ ଚିନ୍ତାରେ ଥିଲେ ଅନୂପ । ଅନେକ ଡାକ୍ତରଖାନା ଯାଇ ନିରାଶ ହେବା ପରେ ଚିନ୍ତାରେ ରହୁଥିଲେ । ଶେଷରେ ସେ ଗ୍ରାମର ଏକ ଗୁଣିଆ ପାଖକୁ ପୁଅକୁ ନେଇଥିଲେ ।

ଗୁଣିଆ ତାଙ୍କୁ ଏଥିପାଇଁ ମାନବ ବଳି ଦେବାକଥା କହିଥିଲେ । ଯାହାକୁ ନେଇ ସମାନ୍ୟ ଡରିଯାଇଥିଲେ ଅନୂପ ଏବଂ ପରେ ଏଥିରେ ରାଜି ମଧ୍ୟ ହୋଇଯାଇଥିଲେ । ସେ ଅନୂପଙ୍କ ଦାଦାଙ୍କ ସହିତ ମିଶି ସବୁ ଯୋଜନା କରିଥିଲେ । ଘଟଣା ଦିନ ବିବେକଙ୍କୁ ଅପହରଣ କରି ଗୁଣିଆ ପାଖରେ ବଳି ଦେଇଥିଲେ । ତେବେ ପୋଲିସ ଘଟଣାରେ ସଂପୃକ୍ତ ଅନୂପ, ଚିନ୍ତାରାମ ଓ ଗୁଣିଆକୁ ଗିରଫ କରିଛି ।

Related Articles

Leave a Reply

Your email address will not be published.

Back to top button