ରାଜଧାନୀରେ ଅବକାରୀ ବିଭାଗର ଚଢାଉ, ଗଞ୍ଜେଇ ଜବତ

Spread the love

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଅବକାରୀ ବିଭାଗ ଦ୍ୱାରା ଚଢାଉ କରାଯାଇ ବିପୁଳ ମାତ୍ରାରେ ଗଞ୍ଜେଇ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ଏହି ମାମଲାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଥିବା ଜଣା ପଡିଛି ।

ମିଳିଥିବା ସୂଚନା ଅନୁସାରେ, ଗୁପ୍ତ ସୂଚନା ଅନୁସାରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ ସମ୍ମୁଖ ବିଶେଶ୍ୱର ବସ୍ତିରେ ଅବକାରୀ ଟିମ ପକ୍ଷରୁ ଚଢାଉ କରାଯାଇଥିଲା । ଚଢ଼ାଉ ବେଳେ ୨୪ କିଲୋ ଗଞ୍ଜେଇ ସହ ୫୦୦୦ ଗଞ୍ଜେଇ ସିଗାରେଟ ଜବତ କରାଯାଇଛି । ଅବକରୀ ଟିମ ଦ୍ୱାରା ଜଣେ ମହିଳା ଗିରଫ କରାଯାଇଛି । ଉଲ୍ଲେଖନୀୟ ଯେ, ରାଜଧାନୀରେ ଗତ କିଛି ଦିନ ହେବ ଗଞ୍ଜେଇ ସିଗାରେଟ ପ୍ରବଳ ବିକ୍ରି ହେଉଥିବା ଅବକାରୀ ଟିମକୁ ସୂଚନା ମିଳିଥିଲା ।

Leave a Reply

Your email address will not be published. Required fields are marked *