
ମୁମ୍ବାଇ: ମେଡିକାଲ ପଢୁଆ ଝିଅ ପ୍ରେମ କରିବାରୁ ବାପା, ଭାଇ ଓ ପରିବାରର ଅନ୍ୟ ପୁରୁଷ ସଦସ୍ୟ ମିଶି ଝିଅକୁ ହତ୍ୟା କରିବା ସହ ଜାଳିଦେଇଛନ୍ତି। ମହାରାଷ୍ଟ୍ରର ନନ୍ଦାଡ ଜିଲ୍ଲାରେ ଏପରି ଘଟଣା ଘଟିଥିବା ବେଳେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଏ ନେଇ ପୁଲିସ ଶୁକ୍ରବାର ସୂଚନା ଦେଇଛି।
ନନ୍ଦାଡ ଜିଲ୍ଲା ଲିମ୍ବଗାଁ ଥାନା ଅଧୀନ ପିମ୍ପ୍ରି ମହିପାଲ ଗାଁର ପୀଡିତା ହୋମିଓପାଥି ମେଡିସିନ ଓ ସର୍ଜରିରେ ତୃତୀୟ ବର୍ଷ ଛାତ୍ରୀ ଥିଲେ। ପୀଡିତାର ବିବାହ ଠିକ କରିଦେଇଥିଲେ ପରିବାର ଲୋକେ। ପୀଡିତା ତାର ଭାବି ସ୍ବାମୀଙ୍କୁ ତାଗାଁର ଜଣେ ଯୁବକ ସହ ଥିବା ପ୍ରେମ ସମ୍ପର୍କ ବିଷୟରେ ଜଣାଇଥିଲା। ଏହା ପରେ ଭାବି ସ୍ବାମୀ ଘରୁ ବିବାହ ଭାଙ୍ଗି ଦିଆଯାଇଥିଲା।
ଏଥିରେ ଯୁବତୀଙ୍କ ପରିବାର ଲୋକେ ରାଗିଯାଇଥିଲେ। ଯୁବତୀଙ୍କ ବାପା, ଭାଇ ଓ ଅନ୍ୟ ପୁରୁଷ ସଦସ୍ୟମାନେ ଯୁବତୀଙ୍କ ବେକକୁ ରଶିରେ ଚାପି ତାଙ୍କୁ ହତ୍ୟା କରିବା ପରେ ପୋଡି ଦେଇଥିଲେ। ଏମିତିକି, ସମସ୍ତ ପ୍ରମାଣ ନଷ୍ଟ କରିବାକୁ ବାକି ଥିବା ଜୀବାଶ୍ମକୁ ଝରଣାରେ ପକାଇ ଦେଇଥିଲେ।
କିନ୍ତୁ ହତ୍ୟା ସମ୍ପର୍କରେ ପୁଲିସ ଜାଣିବାକୁ ପାଇ ପୁଲିସ ପରିବାରର ୫ ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଚଳାଇଛି।