ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଯନ୍ତ୍ରୀଙ୍କ ଘର ଓ ଅନ୍ୟ ସ୍ଥାନ ଉପରେ ଭିଜିଲାନ୍ସ ଚଢାଉ

Spread the love

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ଜିପିଏଚ ସେକ୍ସନ ଅତିରିକ୍ତ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କ ଘରେ ଓ ତାଙ୍କ ସହ ଜଡିତ ଅନ୍ୟ ସ୍ଥାନ ମାନଙ୍କ ଉପରେ ଭିଜଲାନ୍ସ ବିଭାଗ ଚଢାଉ କରିଛି । ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଭିଜିଲିନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାରେ ତାଙ୍କ ସହ ଜଡିତ ତିନୋଟି ସ୍ଥାନରେ ଏକା ସହିତ ଭିଜିଲାନ୍ସ ଟିମ ମାନଙ୍କ ଦ୍ୱାରା ଚଢାଉ କରାଯାଉଛି ।

ଭବାନୀପାଟଣାର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟର କ୍ଷମତା ବଳରେ ଜଣେ ଅତିରିକ୍ତ ଏସପି, ୩ ଜଣ ଡିଏସପି ୪ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ଉ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *