ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅପରାଧ, ସାନ୍ତ୍ୱନା ଦେବା ପାଇଁ ଲାଗୁ ହେବନାହିଁ

ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗ କେବଳ ପରିବାରର ଭାବନାକୁ ସାନ୍ତ୍ୱନା ଦେବା ପାଇଁ କରାଯାଇ ପାରିବ ନାହିଁ । ତଦନ୍ତକାରୀ ସଂସ୍ଥା ଏବଂ ନିମ୍ନ ଅଦାଲତକୁ ଏ ସମ୍ପର୍କରେ ସୁପ୍ରିମକୋର୍ଟ ଗୁରୁତ୍ୱପୁର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୬ ଏବଂ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୮କୁ ଯନ୍ତ୍ରବତ ଲାଗୁ କରାନଯାଉ । ଆତ୍ମହତ୍ୟାରେ ଜୀବନ ହାରିଥିବା ମୃତକର ପରିବାର ଭାବନାକୁ ଶାନ୍ତ କରିବା ପାଇଁ ଏମିତି କେସ କରାନଯାଉ। ଅଭିଯୁକ୍ତ ଓ ମୃତକ ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ବ୍ୟବହାରିକ ଦୃଷ୍ଟିରୁ ଦେଖିବା ଉଚିତ । ଏବଂ ଆତ୍ମହତ୍ୟାର କାରଣ ଭାବେ ଅତିରଞ୍ଜିତ କରି ଦେଖିବା ଅନୁଚିତ । ଜଷ୍ଟିସ ଅଭୟ ଏସ ଓକା ଓ ଜଷ୍ଟିସ କେ ବି ବିଶ୍ୱନାଥନଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଜଣେ ବ୍ୟାଙ୍କ ମାନେଜରଙ୍କୁ ଆଇପିସିର ଧାରା ୩୦୬ ଅପରାଧରୁ ମୁକ୍ତି ଦେଇ ଏହି ମହତ୍ତ୍ୱପୁର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ବାଙ୍କ ମ୍ୟାନେଜର ଋଣ ପରିଶୋଧ ପାଇଁ ଋଣଗ୍ରହୀତାଙ୍କ ଉପରେ ଚାପ ପକାଇଥିଲେ ଯାହାର ପରିଣାମ ସ୍ୱରୁପ ସେ ଆତ୍ମହତ୍ୟା କରିଥିଲେ । ତେଣୁ ଏଭଳି କେସରେ ପରିବାର ଲୋକଙ୍କ ମନୋଭାବ ଦେଖି ସୁରକ୍ଷିତ ଖେଳିବାର ସିଣ୍ଡ୍ରୋମରୁ ତଦନ୍ତକାରୀ ସଂସ୍ଥା ଓ ଟ୍ରାଏଲ କୋର୍ଟ ଦୂରେଇ ରୁହନ୍ତୁ କହିଛନ୍ତି ସୁପ୍ରିମକୋର୍ଟ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *