ଇଡିର ସତ୍ୟପାଠରେ କିଛି ଗଡ଼ବଡ଼

ଇଡିର ସତ୍ୟପାଠରେ କିଛି ଗଡ଼ବଡ଼ ଅଛି। ଏଏସଜିଙ୍କ ପ୍ରତିକ୍ରିୟା, ସତ୍ୟ ଉପରେ ଆଧାରିତ ନୁହେଁ ଇଡିର ସତ୍ୟପାଠ । ସୁପ୍ରିମକୋର୍ଟ କହିଲେ ଅତ୍ୟନ୍ତ ଗମ୍ଭୀର ମାମଲା । ଅତିରିକ୍ତ ସଲିସିଟର୍ ଜେନେରାଲ ଏସ ବି ରାଜୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ବିରୋଧରେ ଚକିତ କଲା ଭଳି ବୟାନ ଦେଇଛନ୍ତି। ଛତିଶଗଡ଼ ମଦ ଦୁର୍ନୀତିର ଅଭିଯୁକ୍ତଙ୍କ ବିରୋଧରେ ଥିବା ପିଏମଏଲଏ ମାମଲାର ଜାମିନ ଆବେଦନ ଉପରେ ଶୁଣାଣି କରୁଥିବା ଜଷ୍ଟିସ ଅଭୟ ଏସ ଓକା  ଏବଂ ଜଷ୍ଟିସ ଉଜ୍ଜ୍ୱଲ  ଭୁୟାଁଙ୍କ ଖଣ୍ଡପୀଠଙ୍କୁ ଏଏସଜି କହିଲେ ଯେ ଇଡିର କାଉଣ୍ଟର ଆଫିଡେଭିଟ୍ ଅସମ୍ପୁର୍ଣ୍ଣ ଏବଂ ଉଚିତ ଯାଞ୍ଚ ବିନା ଦାୟର କରାଯାଇଛି। ମାମଲାର ଶୁଣାଣି ଆରମ୍ଭ ହେବା ପୂର୍ବରୁ ରାଜୁ କହିଥିଲେ ଯେତେଦୂର ଆମ ବିଭାଗ କଥା, ବିନା ପରାମର୍ଶରେ ଆମ ଉପସ୍ଥିତି ପୂର୍ବରୁ ସତ୍ୟପାଠ ଦିଆଯାଇଛି । ସତ୍ୟପାଠ ଯାଞ୍ଚ ଏଜେନ୍ସୀ ଦ୍ୱାରା ଯାଞ୍ଚ ପୂର୍ବରୁ ଦିଆଯାଇଛି ।

ଏଭଳି ଦଲିଲ ପୀଠକୁ ଆଶ୍ଚର୍ଯ୍ୟ ଚକିତ କରିଥିବା ବେଳେ ଜଷ୍ଟିସ ଓକା କହିଥିଲେ ଏହି ରେକର୍ଡ ଆପଣଙ୍କ ଅଧିବକ୍ତା ହିଁ ଦାଖଲ କରିଥିବେ। ଯାହାର ଜବାବରେ ଅତିରିକ୍ତ ସଲିସିଟର୍ ଜେନେରାଲ କହିଲେ ଏଠି ଏଓଆର (ଆଡଭୋକେଟ ଅନ ରେକର୍ଡ) ର ଦୋଷୀ ନୁହେଁ । ଦୋଷ ସତ୍ୟପାଠ ଦେଇଥିବା ଇଡିର। ବିଭାଗୀୟ ଯାଞ୍ଚ ଆରମ୍ଭ ପାଇଁ ଇଡିର ନିର୍ଦ୍ଦେଶକଙ୍କୁ କୁହାଯାଇଥିବା କୋର୍ଟକୁ ଜଣାଇଥିଲେ। ଏବଂ ଶୁଣାଣି ମଙ୍ଗଳବାରକୁ ରଖାଯାଉ। ଫଳରେ ସତ୍ୟପାଠକୁ ତର୍ଜମା କରିହେବ ।

ତେବେ ଅଭିଯୁକ୍ତ ଅରୁଣ ପତି ତ୍ରିପାଠୀଙ୍କ ବିରୋଧରେ ଇଡି କେସ ନୂଆ ମୋଡ ନେଇଛି । ଏ ପ୍ରସଙ୍ଗରେ ଆବେଦନକାରୀଙ୍କ ପକ୍ଷରୁ ମିନାକ୍ଷୀ ଅରୋରା କହିଥିଲେ ଲାଗୁଛି ଯେମିତି ଅଭିଯୁକ୍ତକୁ ଜେଲରେ ରଖିବାର ରଣନୀତି ପ୍ରସ୍ତୁତ ହୋଇଛି ।ତେବେ ସୁପ୍ରିମକୋର୍ଟ ଏହି ମାମଲାରେ ଏଓଆରଙ୍କୁ କୋର୍ଟରେ ହାଜିରା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନିଆଯିବ କହିଛନ୍ତି ଖଣ୍ଡପୀଠ ।ଅନ୍ୟପଟେ ଅଭିଯୁକ୍ତ ୧୮ ମାସ ଧରି ଜେଲରେ ରହିଥିବା ତଥ୍ୟ ମଧ୍ୟ ଠିକ ନଥିବା ଜଣାପଡିଛି ।ଯଦି ବର୍ଷେ ରହି ସାରିଥିବେତେବେ ସେନଥିଲ ବାଲାଜୀ କେସର ରୁଲିଂକୁ ଗ୍ରହଣ କରାଯାଇତାନ୍ତା ।କିନ୍ତୁ ଏହି ମାମଲା ଭିନ୍ନ ଯାହାର ଶୁଣାଣି ହେବା ଆବଶ୍ୟକ ।ତେଣୁ ପରବର୍ତ୍ତୀ ତାରିଖ ଫେବୃଆରୀ ୫କୁ ଦିଆଯାଇଛି ।

ଇଡିର କାର୍ଯ୍ୟକାରୀତାକୁ ନେଇ ଦୀର୍ଘ ଦିନ ହେଲା ସମାଲୋଚନା ହୋଇ ଆସୁଥିଲା । କାହା ନିର୍ଦ୍ଦେଶରେ ଏହି ଏଜେନ୍ସୀ କାମ କରୁଛି ଅଭିଯୋଗ ହେଉଥିଲା। ବର୍ଷ ବର୍ଷ ଜେଲରେ ରହିବା ପରେ ଅଭିଯୁକ୍ତଙ୍କ ବିରୋଧରେ ତଥ୍ୟ ପ୍ରମାଣ ଦେବାରେ ଅସମର୍ଥ ହେଉଥିବା ନଜିରବଢିବଢିଚାଲିଛି।ସେତିକି ବେଳେ ଅତିରିକ୍ତ ସଲିସିଟର ଜେନେରାଲଙ୍କ ଅଭିଯୋଗ ଇଡିର ବିଶ୍ୱସନୀୟତାକୁ କାଠଗଡ଼ାରେ ଛିଡା କରିଛି । ଅନ୍ୟପଟେ ଆବେଦନକାରୀଙ୍କ ଆଶଙ୍କା ମଧ୍ୟ ନିରାଧାର ନୁହେଁ । ଜାମିନ ନଦେବାକୁ ଏଭଳି ଏକ ପ୍ରସଙ୍ଗ କୋର୍ଟ ସାମ୍ନାରେ ରଖାଯାଇଛି କି । ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *