ଯାଜପୁର ଚଣ୍ଡିଖୋଲ ଛକରେ ଘଟିଥିଲା ଏକ ଅଭାବନୀୟ ଘଟଣା। ସକାଳୁ ସକାଳୁ ଏକ ଗୋଦାମ ଗୃହରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଜଣେ ବିବାହିତ ଯୁବକଙ୍କ ମୃତଦେହ। ଯୁବକଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପତ୍ନୀ ବି ଆତ୍ମହତ୍ୟା ଉଦ୍ୟମ କରିବାକୁ ପଛାଇ ନଥିଲେ। ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ହେଡକ୍ୱାଟର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି।
ସକାଳୁ ସକାଳୁ ମିଳିଥିଲା ଏକ ଦୁଃଖଦ ଖବର। ଚଣ୍ଡିଖୋଲ ଛକର ଏକ ଗୋଦାମ ଗୃହରୁ ଫ୍ୟାନରେ ଝୁଲନ୍ତା ଅବସ୍ଥା ଉଦ୍ଧାର ହୋଇଥିଲା ଜଣେ ଯୁବକଙ୍କ ମୃତଦେହ। ଯୁବକ ହେଲେ କୁଆଖିଆ ଥାନା ମୁଗପାଳ ଅଞ୍ଚଳର ସୁଚିକାନ୍ତ ମଲ୍ଲିକ। ସୁଚିକାନ୍ତ ଗତ କିଛି ମାସ ତଳୁ ସେହି ଗୋଦାମରେ ହିଁ ଡ୍ରାଇଭର ଭାବେ କାର୍ଯ୍ୟ କରି ଆସୁଥିଲେ। ତେବେ ଗୋଦାମ ଘରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ଅନ୍ୟ କର୍ମଚାରୀ ମାନେ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଚଣ୍ଡିଖୋଲ ଫାଣ୍ଡି ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଥିଲା। ଅନ୍ୟପଟେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ପତ୍ନୀ ଆତ୍ମହତ୍ୟା ପାଇଁ ଉଦ୍ୟମ କରି ଗୁରୁତର ହୋଇଥିଲେ । ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
ସୂଚନା ମୁତାବକ ମାତ୍ର ୨ବର୍ଷ ତଳେ ଦମ୍ପତ୍ତିଙ୍କର ବିବାହ ହୋଇଥିଲା। ଉଭୟ ଭଲରେ ଘରସଂସାର କରିଥିଲେ । କିନ୍ତୁ ଆଜି ସ୍ୱାମୀର ମୃତ୍ୟୁ ଖବର ପାଇ ମାନସିକ ଭାରସାମ୍ୟ ହରାଇ ବସି ଆତମହତ୍ୟା ଉଦ୍ୟମ କଲେ ପତ୍ନୀ ଝରଣା। ଘଟଣାର ଅଧିକ ତଦନ୍ତ ଚାଲିଥିବା ବେଳେ ସୁଚିକାନ୍ତଙ୍କ ବାପା ଜଣେ ଭିନ୍ନକ୍ଷମ । ଏବଂ ମୃତକ ପରିବାରରେ ଏକମାତ୍ର ରୋଜଗାରକ୍ଷମ ସଦସ୍ୟ। ତେବେ ତାଙ୍କର ମୃତ୍ୟୁକୁ ନେଇ ଦୁଃଖରେ ଭାଙ୍ଗିପଡ଼ିଛି ସାରା ପରିବାର।
ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ପୋଲିସ ପକ୍ଷରୁ ଯୁବକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ଘଟଣାର ତଦନ୍ତ ଜାରି ରହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now