୩ ନାବାଳିକାଙ୍କୁ ୧୮ ନାବାଳକଙ୍କ ପାଶବିକ ଅତ୍ୟାଚାର- ଝାଡ଼ଖଣ୍ଡରେ ଲଜ୍ଜା
ଝାଡ଼ଖଣ୍ଡ ରାଞ୍ଚିରୁ ଆସିଛି ଛାତିଥରା ଘଟଣା। ବିବାହ ଉତ୍ସବରୁ ଫେରୁଥିଲା ବେଳେ ୫ ଝିଅଙ୍କୁ ଟେକିନେଇ ଗଣଦୁଷ୍କର୍ମ କରିଛନ୍ତି ୧୮ ନାବାଳକ। ଗ୍ରୁପରେ ଥିବା ୧୮ ନାବାଳକ ଏମାନଙ୍କୁ ଅପହରଣ କରି ୩ ଜଣଙ୍କୁ ଗୁଣଦୁଷ୍କର୍ମ କରିଥିଲେ। ୨ ନାବାଳିକା କୌଣସିମତେ ଖସି ଯାଇଥିଲେ ଦୁର୍ବୃତ୍ତଙ୍କ କବଳରୁ। ଅଭିଯୁକ୍ତ ୧୮ ନାବାଳକଙ୍କୁ ଗିରଫ କରି ଜୁଭେନାଇଲ ହୋମ୍ କୁ ପଠାଇଛି ପୁଲିସ। ଡିଜିପି ଅନୁରାଗ ଗୁପ୍ତା କହିଛନ୍ତି, ଏହା ଗମ୍ଭୀର ମାମଲା।ମାମଲାରେ ଖୁଣ୍ଟି ପୁଲିସ ୧୪ରୁ ୧୭ ବର୍ଷ ଭିତରେ ୧୮ ଅଭିଯୁକ୍ତଙ୍କୁ ରିମାଣ୍ଡ ହୋମକୁ ପଠାଇଛି।ଏଭଳି ସଙ୍ଗୀନ ଅପରାଧରେ ଲିପ୍ତ ଥିବାରୁ ୧୬ ବର୍ଷରୁ ଅଧିକ ବୟସର ଅଭିଯୁକ୍ତଙ୍କୁ ସାବାଳକ ଭାବେ ବିବେଚନା କରି କାର୍ଯାନୁଷ୍ଠାନ ହେବ।ଖୁଣ୍ଟି ଜିଲ୍ଲାର ରନିୟାରେ ଏଭଳି ଘଟଣା ଘଟିଛି।୫ ନାବାଳିକାଙ୍କ 164ରେ କୋର୍ଟରେ ବୟାନ ରେକର୍ଡ ହୋଇଛି। ସମସ୍ତ ଅଭିଯୁକ୍ତ ଗୋଟିଏ ଗାଁର। ଏମାନେ ଗାଁରେ ମଉଜମସ୍ତିରେ ସମୟ ବିତାନ୍ତି। ମୋବାଇଲରେ ସବୁବେଳେ ଅଶ୍ଳୀଳ ସିନେମା ଦେଖିଥାଆନ୍ତି। ୩ ଜଣ ଝିଅକୁ ଗଣଦୁଷ୍କର୍ମ କରି ଜଙ୍ଗଲରେ ଛାଡ଼ି ଫେରାର୍ ହୋଇଯାଇଥିଲେ ଅଭିଯୁକ୍ତ। ଅଭିଯୁକ୍ତଙ୍କ କବଳରୁ ଅଳ୍ପକେ ବର୍ତ୍ତିଯାଇଥିବା ଦୁଇ ଝିଅ ଗାଁକୁ ଯାଇ ସମସ୍ତ ଘଟଣା କହିଥିଲେ। ଗାଁ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୩ ଜଣ ପୀଡ଼ିତାଙ୍କୁ ଉଦ୍ଧାର କରି ଥାନା ଯାଇଥିଲେ। ଅଭିଯୁକ୍ତଙ୍କୁ କଡ଼ା ଦଣ୍ଡବିଧାନ ଲାଗି ଚାରିଆଡ଼େ ଦାବି ହେଉଛି। ଦୁଷ୍କର୍ମର ଶୀକାର ହୋଇଥିବା ପୀଡିତାଙ୍କ ମାନସିକ ସ୍ଥିତି ଠିକ୍ ରଖିବାକୁ ପ୍ରୟାସ ହୋଇଛି। ଗଲା ବର୍ଷ ସେପ୍ଟେମ୍ୱରରେ ଖୁଣ୍ଟି ଜିଲ୍ଲାରେ ଏକ ଆଦିବାସୀ ନାବାଳିକା ଛାତ୍ରୀଙ୍କୁ ଅପହରଣ କରି ୬ଜଣ ଗଣଦୁଷ୍କର୍ମ କରିଥିଲେ। ଛାତ୍ରୀ ଜଣକ ସ୍କୁଲରୁ ଫେରୁଥିଲେ। ବାଇକରେ ୬ ଜଣ ତାକୁ ପିଛା କରି ଜଙ୍ଗଲକୁ ଟେକିନେଇ କୁକର୍ମ କରିଥିଲେ। ଜୀବନରେ ମାରିବାକୁ ଧମକ ଦେଇ ମୁହଁରେଲ କପଡ଼ା ପୁରାଇ ପାଶବିକ ଅତ୍ୟାଚାର କରିଥିଲେ।
ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp
Join and get latest news update delivered to you via whatsapp
Join Now