ଫାର୍ମ ହାଉସରେ ଦମ୍ପତିଙ୍କ ସନ୍ଦେହ ଜନକ ମୃତ୍ୟୁ

ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ରଗୁଡି ତଇଳା ନିକଟ ଏକ ଫାର୍ମହାଉସରେ କାର୍ଯ୍ୟ କରୁଥିବା ଦମ୍ପତିଙ୍କର ମୃତ୍ୟୁ । ମୃତକ ଦମ୍ପତିଙ୍କ ଘର ପୁରୁଣାଗଡ ନିକଟ ଗଦେଇମୁଣ୍ଡା ଗ୍ରାମରେ । ଉଭୟ ସ୍ଵାମୀ ସୁର ପ୍ରଧାନ ଏବଂ ସ୍ତ୍ରୀ  ସୁକାନ୍ତି ପ୍ରଧାନ ଆଜକୁ ଆଠ ମାସ ହେଲାଣି ପୋକତୁଙ୍ଗା ଗ୍ରାମର ଭାବଗ୍ରାହୀ ଦେହୁରୀଙ୍କ ଫାର୍ମ ହାଉସରେ କାର୍ଯ୍ୟ କରି ଆସୁଥିଲେ । ରବିବାର ରାତିରେ ଫାର୍ମ ହାଉସରେ ଲାଗିଥିବା ସୈରତାରରେ ଲାଗି ସ୍ଵାମୀ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଫାର୍ମହାଉସର ମାଲିକ ଦେଖିବାକୁ ପାଇଥିଲେ। କିନ୍ତୁ ହାତୀ ଭୟରେ ସଙ୍ଗେ ସଙ୍ଗେ ଉଭୟଙ୍କୁ ମେଡିକାଲ  ନ ନେଇ ସୋମବାର ସ୍ଵାମୀ ସ୍ତ୍ରୀ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ  ଫାର୍ମ ହାଉସ ର ମାଲିକ ଉଭୟଙ୍କୁ ମାରି ପକେଇ ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ‌ ସମ୍ପର୍କିୟ । ଘଟଣାସ୍ଥଳରେ ବିଦ୍ୟୁତ୍ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ବନ୍ତଳା ପୋଲିସ ଏବଂ ଏସଡିପିଓ ପହଂଚି ଘଟଣା ର ତଦନ୍ତ ଚଳାଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *