ବନ୍ଦ ଘରୁ ୯  ମୃତଦେହ ଉଦ୍ଧାର, ସାମୂହିକ ଆତ୍ମହତ୍ୟା ସନ୍ଦେହ

Spread the love

() ବନ୍ଦ ଘରୁ ୯ ଜଣଙ୍କ ମୃତଦେହ ଉଦ୍ଧାର। ମହାରାଷ୍ଟ୍ରର ସିଙ୍ଗଲି ଜିଲ୍ଲାରୁ ଆସିଛି ଏପରି ଅଭାବନୀୟ ଖବର। ସମସ୍ତ ମୃତକ ଗୋଟିଏ ପରିବାରର। ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ।ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚରେ ଲାଗିଛି।ପୁଲିସ ତାର ପ୍ରାରମ୍ଭିକ ତଦନ୍ତରୁ ଏହାକୁ ସାମୁହିକ ଆତ୍ମହତ୍ୟା ସନ୍ଦେହ କରୁଛି।

ସିଙ୍ଗଲି ଜିଲ୍ଲା ମିରାଜର ଅମ୍ବିକାନଗରରେ ବାସ କରନ୍ତି ମାଣିକ ବନମୋରେ ଓ ପୋପଟ ବନମୋରେ ନାମକ ଦୁଇ ଭାଇ ଓ ସେମାନଙ୍କ ପରିବାର।  ସୋମବାର ଦିନ ସେମାନଙ୍କ ଘର ବହୁ ସମୟ ପର୍ଯ୍ୟନ୍ତ ନ ଖୋଲିବାରୁ ପଡୋଶୀଙ୍କର ସନ୍ଦେହ ହୋଇଥିଲା ଓ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଆସି ଘର କବାଟ ଖୋଲିବା ପରେ ପାଇଥିଲା ୯ ଜଣଙ୍କ ମୃତଦେହ। ତେବେ କାହାରି ଶରୀରରେ କୌଣସି କ୍ଷତ ଚିହ୍ନ ପୁଲିସକୁ ପ୍ରାରମ୍ଭିକ ସ୍ଥିତିରେ ମିଳି ନ ଥିବା ବେଳେ ଏହା ଏକ ସାମୂହିକ ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି। ସମସ୍ତ ମୃତକ ହୁଏତ ରବିବାର ରାତିରେ ବିଷ ପିଇଥିବା ସନ୍ଦେହ କରୁଛି ପୁଲିସ। ତେବେ  ମାମଲାରେ କୌଣସି ସୁଇସାଟଡ ନୋଟ ମିଳିନାହିଁ। ଖବରର ସୂଚନା ମିଳିବା ପରେ ସହରର ଏସପି ଓ ଆଇଜି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସାଙ୍ଗଲି ପୁଲିସ ସମସ୍ତ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ପୁଲିସ ମୁତାବକ ଗୋଟିଏ କୋଠରୀରେ ୩ଟି  ଓ ଅନ୍ୟ କୋଠରୀରେ ୬ଟି ମୃତଦେହ ମିଳିଛି।

ଶିଳାସ୍ମିତା ରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *