ବାଚସ୍ପତିଙ୍କ ଝିଅଙ୍କ ନାଁରେ ଭ୍ରମାତ୍ମକ ପୋଷ୍ଟ:  ୟୁଟ୍ୟୁବର ଧୃବ ରାଠି ଅଡ଼ୁଆରେ

ବାଚସ୍ପତି ଓମ୍ ବିର୍ଲାଙ୍କ ଝିଅ ଅଞ୍ଜଳି ବିର୍ଲାଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନରେ ଫସିଲେ ୟୁଟୁବର ଧୃବ ରାଠି। ମହାରାଷ୍ଟ୍ର ପୁଲିସ ଧୃବଙ୍କ ବିରୁଦ୍ଧରେ ଏତଲା କରିଛି। ଅଞ୍ଜଳିଙ୍କୁ ନେଇ ଧୃବ ଭ୍ରମାତ୍ମକ ପୋଷ୍ଟ କରିଥିବାର ଅଭିଯୋଗ ଥିଲା। ଅଞ୍ଜଳି ୟୁପିଏସସି କ୍ଲିଅର କରିବା ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ଧୃବ। ଧୃବଙ୍କ ବିରୋଧରେ ମାନହାନି, ଅନ୍ତରାଷ୍ଟ୍ରୀୟ ସ୍ତରରେ ଛବିକୁ ମଳିନ କରିବା, ଶାନ୍ତି ଭଙ୍ଗ ଓ ଆଇଟି ଧାରାରେ ମାମଲା ରୁଜୁ କରିଛି ପୁଲିସ। ୨୦୧୯ରେ ଅଞ୍ଜଳି ପ୍ରଥମ ଉଦ୍ୟମରେ ହିଁ ୟୁପିଏସସିରେ ସଫଳତା ପାଇଥିଲେ। କିନ୍ତୁ ଧୃବ ଏକ୍ସ-ରେ ପୋଷ୍ଟ କରିଥିଲେ ଯେ, ଭାରତ ଏକମାତ୍ର ଦେଶ, ଯେଉଁଠି ବିନା ପରୀକ୍ଷା ଦେଇ ବି ୟୁପିଏସସି ଜଣେ ପାଇପାରିବ। କିନ୍ତୁ ଏଥିଲାଗି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଝିଅ ଭାବେ ଜନ୍ମ ନେବାକୁ ପଡ଼ିବ। ପେଶାରେ ମଡେଲ ଥିବା ଅଞ୍ଜଳି ବିନା ପରୀକ୍ଷାରେ କେମିତି ୟୁପିଏସସି ପାସ୍ କଲେ ବୋଲି ଆରୋପ ଲଦିଥିଲେ। ଅଞ୍ଜଳିଙ୍କ ସମ୍ପର୍କୀୟ ନମନ ମାହେଶ୍ୱରୀ ରାଠିଙ୍କ ବିରୁଦ୍ଧରେ ଏତଲା କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *