ବିଜେପି ନେତାଙ୍କ ଘର ପଛପଟୁ ଗଳିତ ମୃତଦେହ ଉଦ୍ଧାର

Spread the love

() ବିଜେପି ନେତାଙ୍କ ଘର ପଛପଟୁ ମିଳିଛି ଏକ ଗଳିତ ମୃତଦେହ । ମହାରାଷ୍ଟ୍ରର ସତାରାରେ ଥିବା ବିଜେପିର ପୂର୍ବତନ ବିଧାୟକଙ୍କ ବଙ୍ଗଳା ପଛରୁ ମିଳିଛି  ଶବ। ଏହା ଜଣେ ମହିଳାଙ୍କ ମୃତଦେହ । ଶବଟି ପଚି ଯାଇଛି, ତେଣେ ଏହାକୁ ଚିହ୍ନଟ କରିବା ସମ୍ଭବ ହେଉ ନାହିଁ।  କେହି ମହିଳାଙ୍କୁ ହତ୍ୟା ପୋତି ଦେଇଥିବା  ସନ୍ଦେହ କରୁଛି ପୁଲିସ୍‌। ଏହାର ତଦନ୍ତ ଆରମ୍ଭ କରୁଛି ପୁଲିସ।

ପୁଲିସ ସୂଚନା ମୁତାବକ,  ସତାରାର ୱାଡେ ଗାଁରେ ବିଜେପିର ପୂର୍ବତନ ବିଧାୟକ କାନ୍ତାତାଇ ନାଲାୱାଡେଙ୍କ ବଙ୍ଗଳାଟି ପଛରୁ ମହିଳାଙ୍କ ମୃତଦେହ ମିଳିଛି। ସେଠାରେ ସଫେଇ କାମ ଚାଲିଥିବା ବେଳେ ଏହି ମୃତଦେହ ଉଦ୍ଧାର ହୋଇଛି।  ତେବେ ବିଜେପି ନେତାଙ୍କ ବଙ୍ଗଳାଟି ଖାଲି ପଡିଛି। କେହି ସେଠାରେ ରହୁ ନାହାନ୍ତି। ତେଣୁ ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ଏହି ଅପରାଧ ଘଟାଇଥିବା ସନ୍ଦେହ କରାଯାଉଛି।

ମୃତଦେହ ମିଳିବାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖେଳିଯାଇଛି ଭୟ। ମୃତଦେହ ଦେଖିବାକୁ ସେଠାରେ ଲୋକଙ୍କ ନାହିଁ ନ ଥିବା ଭିଡ ଜମୁଛି। କିନ୍ତୁ ମୃତଦେହ ସଢି ପଚି ଯାଇଥିବାରୁ ଏହାର ପରିଚୟ ମିଳିପାରି ନାହିଁ। ସେପଟେ ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ଓ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *