ବିନା ଛାଡ଼ପତ୍ରରେ ୭ଜଣଙ୍କୁ ବିବାହ କଲେ ମହିଳା। ଦିଲ୍ଲୀରେ ରହୁଥିବା ଜ୍ଯୋତି ନାମକ ମହିଳାଙ୍କ ଏଭଳି କାରନାମା ତାଙ୍କର ସପ୍ତମ ସ୍ୱାମୀ ଧରାପକାଇଦେଲେ। ଜ୍ଯୋତିଙ୍କ ଘର ନାଙ୍ଗଲୋଇରେ। ତାଙ୍କର ସପ୍ତମ ସ୍ୱାମୀ ଥିଲେ ସୁରଜ ସୈନୀ। ସୂରଜଙ୍କ କହିବା କଥା, ମହଲାରେ ଚାଲିଥିବା ଏକ ଜାଗରଣ ଉତ୍ସବରେ ଜ୍ୟୋତିଙ୍କ ସହ ଭେଟ ହୋଇଥିଲା। କଥାବାର୍ତ୍ତାରୁ ଉଭୟଙ୍କ ଭିତରେ ସମ୍ପର୍କ ବଢ଼ିଥିଲା। ତେବେ ଏହାରି ଭିତରେ ଜ୍ୟୋତି ଗର୍ଭବତୀ ହୋଇଗଲେ। ସୂରଜ ସହ ବିବାହ କରିବାକୁ ଚାପ ପକାଇଥିଲେ ଜ୍ୟୋତି। ବିବାହ ପରେ ଦମ୍ପତ୍ତି ନାଙ୍ଗଲୋଇରେ ରହିବାକୁ ଲାଗିଥିଲେ। କିଛି ଦିନ ଠିକଠାକ୍ ଚାଲିଥିଲା ଦାମ୍ପତ୍ୟ ଜୀବନ। କିଛି ମାସ ପରେ ଜ୍ୟୋତି ଘରୁ ଅଢ଼େଇ ଲକ୍ଷ ଟଙ୍କା ସହ ଗହଣା ଧରି ଫେରାର୍ ହୋଇଗଲା। ଏ ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି। ଜ୍ୟୋତିଙ୍କ କାରନାମା ଦେଖି ଅଦାଲତ ତାଙ୍କର ଆଗୁଆ ଜାମିନ୍ ଆବେଦନ ଖାରଜ କରିଦେଇଛନ୍ତି।ଜ୍ୟୋତିଙ୍କୁ ଗିରଫ କରିବାକୁ ପୁଲିସ ଖୋଜୁଛି। ପୂର୍ବରୁ ଯେଉଁ ୬ ଜଣଙ୍କ ସହ ବିବାହ କରିଥିଲେ ଜ୍ୟୋତି। ଅଧିକାଂଶଙ୍କ ସହ ମାମଲା ଚାଲିଛି। ଏମାନଙ୍କ ଭିତରୁ କେତେକ ଟଙ୍କା ଦେଇ ଫୈସଲା କରିଛନ୍ତି ବି। କିନ୍ତୁ କାହା ସହ ବିଧିବଦ୍ଧ ଛାଡ଼ପତ୍ର ହୋଇନି। ଆଗ ଜ୍ୟୋତି ପ୍ରେମର ଜାଲ ବିଛାଉଥିଲା। ପରେ ବିବାହ କରି ଟଙ୍କା ଓ ସୁନାଗହଣା ଧରି ଫେରାର୍ ହୋଇଯାଏ। ୧୫ ଦିନ ପୂର୍ବରୁ ହିଁ ଜ୍ୟୋତିଙ୍କ ଅସଲ ଚେହେରାକୁ ଜାଣିବାକୁ ପାଇଥିଲେ ସୂରଜ। ସେ ବିବାହ କରିଥିବା ସମସ୍ତ ବ୍ୟକ୍ତି ଦିଲ୍ଲୀର। ସେପଟେ ଜ୍ୟୋତିଙ୍କ ଘରକୁ ଯାଇ ପୁଲିସ ପଚରାଉଚୁରା କରିଛି। ଜ୍ୟୋତିଙ୍କ ଅଭିଭାବକ ଏକ ପୁରୁଣା କାଗଜ ଦେଖାଇ କହିଛନ୍ତି ଯେ, ସେମାନେ ନିଜର ଦୁଇ ଝିଅଙ୍କୁ ୫ ବର୍ଷ ପୂର୍ବରୁ ବେଦଖଲ କରିସାରିଛନ୍ତି। ଦୁଇ ଝିଅଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ।

Naxatra News is now on Whatsapp
Join and get latest news update delivered to you via whatsapp
Join Now