ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବ୍ରାଉନ ସୁଗାର ଜବତ, ଜଣେ ଗିରଫ I ପୁରୀ ପୁଲିସ ଦ୍ୱାରା ନିଶା କାରବାର କାରୀଙ୍କ ବିରୁଦ୍ଧରେ ଜାରି ରହିଥିବା କାର୍ଯ୍ୟାନୁଷ୍ଠାନକୁ ଆଉ ଏକ ସଫଳତା ମିଳିଛି । ସତ୍ୟବାଦୀ ପୁଲିସ ଦ୍ବାରା ପ୍ରାୟ ୧୧ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ସଙ୍ଗେ ସଙ୍ଗେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗତକାଲି ଅପରାହ୍ନରେ ବିଶେଷ ସୂତ୍ରରୁ ନିଶା କାରବାର ସୂଚନା ପାଇ ସତ୍ୟବାଦୀ ଥାନା ର ସବ-ଇନ୍ସପେକ୍ଟର ସଂଗ୍ରାମ କେଶରୀ ସ୍ବାଇଁଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ନିକଟସ୍ଥ ସତ୍ୟବାଦୀ ଓଭରବ୍ରିଜ ନିକଟସ୍ଥ ରୋଡରେ ଚଢାଉ କରିଥିଲେ। ସେଠାରେ ସନ୍ଦେହ ଜନକ ଭାବରେ ବୁଲୁଥିବା ଅଜୟ ପାଣି ଓରଫ ଯଦୁ କୁ ହେପାଜତକୁ ନେଇ ପଚରା ଉଚରା କରିଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାର ତଲାସି ନେବାରେ ୧୧ ଗ୍ରାମ ଓଜନର ବ୍ରାଉନ ସୁଗାର ଯାହାର ଆନୁମାନିକ ମୂଲ୍ୟ ୧,୧୦,୦୦୦ ଟଙ୍କା ହେବ । ତା ଠାରୁ ୧୦୨୦ ଓ ବ୍ରାଉନ ସୁଗାର ପୁଡିଆ ତିଆରିରେ ବ୍ୟବହାର ହେଉଥିବା ସାମଗ୍ରୀ ଆଦି ଜବତ କରଯାଇଛି । ପୁରୀ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କ ନିର୍ଦେଶ ମତେ ଆଗାମୀ ଦିନରେ ନିଶା ମଫିଆଙ୍କ ବିରୁଦ୍ଧରେ ଚଢାଉ ଜୋରଦାର ଜାରି ରହିବ ବୋଲି ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରକାଶ କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now