ବିସ୍ଫୋରଣ ପରେ ବୁଡ଼ିଗଲା କାର୍ଗୋ ଜାହାଜ, ଘଟଣାରେ ୨ ଜଣ ନିଖୋଜ ଥିବା ସୂଚନା । ଭୂମଧ୍ୟସାଗରରେ ରୁଷର ‘ଉର୍ଷା ମେଜର’ ଜାହାଜ ବୁଡ଼ିଯାଇଛି। ଏଥିରେ ଜାହାଜର ଦୁଇ ଜଣ କ୍ରୁ ମେମ୍ବର ନିଖୋଜ ଅଛନ୍ତି। ସେହିପରି ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି। ସ୍ପେନ୍ ଓ ଆଲଜେରିଆ ମଧ୍ୟରେ ଭୂମଧ୍ୟସାଗରରେ ରୁଷିଆର ଏହି ମାଲବାହୀ ଜାହାଜଟି ବୁଡ଼ିଛି। ସ୍ପେନ୍ର ମେରିଟାଇମ୍ ରେସ୍କ୍ୟୁ ଏଜେନ୍ସି ଏବଂ ରୁଷ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନାଅନୁସାରେ ୧୪ ଜଣ କ୍ରୁ ମେମ୍ବରଙ୍କୁ ଲାଇଫ୍ ବୋଟ୍ରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ସ୍ପେନ୍ ନିଆଯାଇଥିଲା। ଇଞ୍ଜିନ ରୁମ୍ରେ ବିସ୍ଫୋରଣ ହେବା ପରେ ଜାହାଜଟି ବୁଡ଼ି ଯାଇଥିବା ରୁଷ୍ ମନ୍ତ୍ରଣାଳୟ କହିଛି। ଜାହାଜରେ ଖାଲି କଣ୍ଟେନର ଏବଂ ଦୁଇଟି କ୍ରେନ୍ ଥିଲା ବୋଲି ସ୍ପେନ୍ କର୍ତ୍ତୃପକ୍ଷ କହିଛନ୍ତି। ତେବେ କେଉଁ କାରଣରୁ ଜାହାଜରେ ବିସ୍ଫୋରଣ ହେଲା ତାହା ଜଣାପଡ଼ିନି।
Naxatra News is now on Whatsapp
Join and get latest news update delivered to you via whatsapp
Join Now