ଚରଣ ବେହେରାଙ୍କୁ ହତ୍ୟା କରାଯାଇଛି ନା ଅପହରଣ। ସନ୍ଦେହ ଘେରରେ ପରିବାର ଲୋକ। ଗତ ଜାନୁଆରୀ ୩୦ତାରିଖ ରୁ ଘରୁ ଔଷଧ କିଣିବାକୁ ଯାଇ ଏଯାଏଁ ଆଉ ଘରକୁ ଫେରିନାଁହାନ୍ତି। ରାସ୍ତା କଡ଼ ବିଲରେ ରକ୍ତ ପଡ଼ିଥିବା ଦେଖି ପରିବାର ଲୋକ ହତ୍ୟା ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଣିଆ ଥାନା ଜଗନ୍ନାଥପ୍ରସାଦ ପଂଚାୟତ ଉପର ହଦପସି ଗାଁରେ । ବିଲ ମୁଣ୍ଡରେ ବସି କଇଁ କଇଁ କାନ୍ଦୁଛନ୍ତି ପତ୍ନୀ। ପରିବାର ସଦସ୍ୟ ଙ୍କ ଆଖିରେ ଲୁହ। ବାପା ଔଷଧ କିଣିବାକୁ ଯାଇଥିଲେ। ଅପେକ୍ଷା ରେ ଥିଲେ ପୁଅ, ଝିଅ ଓ ମା। ଆସିବା ଡେରିହେବାରୁ ଖୋଜିବାକୁ ମା ଓ ପୁଅ ବାହାରି ଥିଲେ। ରାତିରେ ନପାଇବାରୁ ସକାଳୁ ଦେଖିଥିଲେ ରାସ୍ତା ପାର୍ଶ୍ୱ ବିଲରେ ମଦ ବୋତଲ ଓ ରକ୍ତଛିଟା ପଡିଛି। ପୁଅ ସଂଗେ ସଂଗେ ଗଣିଆ ଥାନାରେ ଅଭିଯୋଗ କରିଥିଲେ।
୩୦ ତାରିଖ ଅପରାହ୍ନ ୪ ଟାରୁ ୫ ଟା ସମୟରେ ଚରଣ ଔଷଧ ପାଇଁ ଆଡକଟା ବଜାର ନିକଟକୁ ଆସିଥିଲେ। ସେଠାରେ ମାନସ ଡାକୁଆ ଓ ପିଣ୍ଟୁ ବେହେରା ଙ୍କ ସହିତ ମଦ୍ୟପାନ କରିଥିବା ଜଣାପଡ଼ିଛି। ପୂର୍ବରୁ ମାନସ ଓ ପିଣ୍ଟୁଙ୍କ ପରିବାର ସହିତ ଚରଣଙ୍କର ଜମିଜମା ବିବାଦ ରହିଥିଲା। ଗଣିଆ ଥାନାରେ ଅଭିଯୋଗ ପରେ ପୋଲିସ ଏକ ହତ୍ୟା ଓ ଅପହରଣ ମାମଲା ରୁଜୁ କରିଛି। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ମାଧ୍ୟ୍ୟମରେ ତଦନ୍ତ ଜାରି ରଖିଛି। ରକ୍ତ ଛିଟା ନମୁନା କୁ ଡିଏନଏ ଟେଷ୍ଟ ପାଇଁ ଫରେନସିକ ଲ୍ୟାବକୁ ପଠାଯାଇଛି।
ତେବେ ଚରଣ ଏବେ କେଉଁଠି। ଜୀବିତ ନାଁ ମୃତ। ଯଦି ବି ଅପହରଣ କରାଯାଇଛି, ତେବେ ଏପର୍ଯ୍ୟନ୍ତ କୌଣସି ଫୋନ କେମିତି ଆସିନାହିଁ। ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଠୁଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now