ସୀମାରେ ତୁର୍କୀ ଡ୍ରୋନ୍

ସୀମାରେ ତୁର୍କୀ ଡ୍ରୋନ୍ ମୁତୟନ କରିଛି ବାଂଲାଦେଶ। ପଶ୍ଚିମବଙ୍ଗ ସୀମା ନିକଟରେ ତୁର୍କୀ ନିର୍ମିତ ଡ୍ରୋନ୍ ମୁତୟନ କରି ସର୍ଭିଲାନ୍ସ ଜୋରଦାରକରିଛି ବୋଲି ସୂଚନା ମିଳିଛି। ଶେଖ ହସିନାଙ୍କ ଆୱାମୀ ଲିଗ ସରକାରଙ୍କ ପତନ ପରେ ସୀମାନ୍ତ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପର ବୃଦ୍ଧି ପାଉଥିବା ଗୁଇନ୍ଦା ସୂଚନା ମିଳିବା ପରେ ଏଭଳି ଜୋରଦାର କରାଯାଇଛି ବୋଲି ଅନୁମାନ କରାଯାଉଛି। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଦେଶର ସେନା କ୍ଷମତାଚ୍ୟୁତ କରିବା ପରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର କରାଯାଉଛି। ଭାରତ ପ୍ରତି ବାଂଲାଦେଶ ଲୋକମାନଙ୍କର ଆକ୍ରୋଶମୂଳକ ବ୍ୟବହାର ସହିତ ଅନେକ ହିଂସାତ୍ମକ ମନ୍ତବ୍ୟ ମଧ୍ୟ ଦେଖିବାକୁ ମିଳିଛି।

ସେପଟେ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତିକର ସ୍ଥିତି ମଧ୍ୟରେ ସଶସ୍ତ୍ର ବାହିନୀ ପୂର୍ବରୁ ସଜାଗ ରହିଛନ୍ତି। ନୂତନ ଡ୍ରୋନ ନିୟୋଜନ ଉପରେ ତୀକ୍ଷ୍ମ ନଜର ରଖିଛନ୍ତି। ସେପଟେ ପରିସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ। ସୀମାର ସୁରକ୍ଷା ତଥା ନିରାପତ୍ତାକୁ ନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ। ଅନ୍ୟପଟେ ଭାରତ ସୀମା ନିକଟରେ ବାଇରାକ୍ଟର ଟିବିଟି ମାନବ ବିହୀନ ଯାନ ସମ୍ପର୍କରେ ସେନା ରିପୋର୍ଟ ଯାଞ୍ଚ କରୁଛି। ଗୋଇନ୍ଦା, ସର୍ଭିଲାନ୍ସ ଏବଂ ଅନୁସନ୍ଧାନ ମିଶନ ପାଇଁ ଡ୍ରୋନ ଗୁଡିକ ବାଂଲାଦେଶରର ସେନା ଦ୍ୱାରା ପରିଚାଳନା କରାଯାଉଛି। ଉଗ୍ରବାଦୀ ଶକ୍ତିମାନେ ଭାରତୀୟ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ପୁନର୍ବାର ଶକ୍ତି ଜୁଟାଇଲେଣି।

ରିପୋର୍ଟ- ସୌନ୍ଦର୍ଯ୍ୟା ମହାନ୍ତି

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *