ଏଟିଏମ ମେସିନ ଲୁଟ ଘଟଣାରେ 7 ଅଭିଯୁକ୍ତ ଗିରଫ

Spread the love

ଯାଜପୁର: ଯାଜପୁର ପୋଲିସକୁ ବଡ଼ ସଫଳତା। ଧର୍ମଶାଳା ଥାନା ନେଉଳପୁର ବଜାରରୁ ଗତ 24 ତାରିଖରେ ଏଟିଏମ ମେସିନ ଲୁଟ ଘଟଣାରେ ପୋଲିସ 7 ଜଣଙ୍କୁ  ଗିରଫ କରିଛି। ଗିରଫ ଦୁର୍ବୃତ୍ତମାନଙ୍କ ମଧ୍ୟରୁ 5 ଜଣ ରାଜସ୍ଥାନର ହୋଇଥିବା ବେଳେ ଆଉ 2 ଜଣ ସହଯୋଗୀ ଓଡ଼ିଶାର ହୋଇଥିବା ଜଣାପଡ଼ିଛି। ଏଥିସହ ସେମାନଙ୍କ ନିକଟରୁ ପୋଲିସ 3 ଲକ୍ଷ 68 ହଜାର ଟଙ୍କା ସହ ବିଭିନ୍ନ ଏଟିଏମ ତଡା ସରଞ୍ଜାମ, ଲୁଟ ମେସିନ ବ୍ୟବହୃତ 2ଟି କାର, 8 ଗୋଟି ମୋବାଇଲ, 10ଟି ସୀମ କାର୍ଡ ଜବତ କରାଯାଇଛି। ଏମାନଙ୍କୁ ସିମ କାର୍ଡ ଯୋଗାଇବା ଅଭିଯୋଗରେ ପୋଲିସ ଖୋର୍ଦ୍ଧା ଅଞ୍ଚଳରୁ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ 6 ଜଂଣଙ୍କୁ ଯାଜପୁର ଦାନଗଦି ଅଞ୍ଚଳରୁ ଗିରଫ କରିଛି  । ଏନେଇ ଯାଜପୁର ଏସ୍ପି ରାହୁଲ ପିଆର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *