ସ୍ପାଇସଜେଟ୍: ସାଙ୍ଗରେ ଶୋଇବାକୁ କହିବାରୁ ମାଡ଼ ଖାଇଲେ ସୁରକ୍ଷାକର୍ମୀ

 ସ୍ପାଇସ ଜେଟର ଜଣେ ମହିଳା ସୁରକ୍ଷା କର୍ମଚାରୀ ସିଆଇଏସଏଫର ସୁରକ୍ଷାକର୍ମୀଙ୍କୁ କାହିଁକି ପିଟିଲେ। ଏହାର ଭିଡ଼ିଓ ଭାଇରାଲ ପଛରେ ପଦାକୁ ଆସିଲା ରୋଚକ କଥା। ଜୁଲାଇ ୧୧ ତାରିଖ ଭୋର୍ ସାଢ଼େ ୪ଟାରେ ଏହି ଘଟଣା ଘଟିଥିଲା। ମହିଳା କର୍ମଚାରୀ ଜଣକ ସୁରକ୍ଷାକର୍ମୀଙ୍କ ଉପରେ ସଙ୍ଗୀନ ଆରୋପ ଆଣିଛନ୍ତି। ଏଏସଆଇ ଗିରିରାଜ ପ୍ରସାଦ କୁଆଡ଼େ ମହିଳାଙ୍କ ସାନିଧ୍ୟ ପାଇବାକୁ ଚାହିଁଥିଲେ। ତାଙ୍କ ସହ ରାତି କାଟିବାକୁ କହିଥିଲେ। ଏଭଳି ମନ୍ଦ ଉଦ୍ଦେଶ୍ୟ ଦେଖି ପୁଲିସରେ ଅଭିଯୋଗ କରିବାକୁ ଧମକ ଦେବାରୁ ଚାକିରୀରୁ ବାହାର କରିଦେବି ବୋଲି ଧମକ ଦେଇଥିଲେ ଗିରିରାଜ। ମହିଳା ଜଣଙ୍କ ଅଭିଯୋଗ କରିବା ଆଗରୁ ଏଏସଆଇ ଗିରିରାଜ ମହିଳାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ସ୍ପାଇସଜେଟରେ ୫ ବର୍ଷ ହେଲା ଚାକିରୀ କରୁଥିବା ମହିଳା ଜଣକ କହିଛନ୍ତି, ରୁଲ୍ସ ଓ ରେଗୁଲେସନରେ ସେ କଦାପି ଖିଲାଫ କରିନାହାନ୍ତି। ସେଥିଲାଗି  ବିନା ବୈଧ ପରିଚୟପତ୍ରରେ ବିମାନ ଭିତରକୁ ଯିବାକୁ ଜବରଦସ୍ତ ଚେଷ୍ଟା କରିଥିଲେ ବୋଲି ଯେଉଁ ଆରୋପ ଆସିଛି, ତାହା ମିଛ। ସେଦିନ ବି କୌଣସି ମହିଳା ଷ୍ଟାଫ୍ ନଥିଲେ। ତେବେ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛି ସ୍ପାଇସଜେଟ୍। ବିମାନ ମୁଖପାତ୍ର କହିଛନ୍ତି, ଏଭଳି ଘଟଣା ଦୁର୍ଭାଗ୍ୟଜନକ। କ୍ୟାଟରିଂ ଗାଡ଼ିକ ଏସକର୍ଟ କରି ଗେଟ୍ ଆଡ଼କୁ ଯାଉଥିବା ବେଳେ ଜଣେ ମହିଳା ସୁରକ୍ଷା କର୍ମଚାରୀଙ୍କ ପ୍ରତି ସିଆଇଏସଏଫ କର୍ମଚାରୀଙ୍କ ଏଭଳି ଆଚରଣ ନିନ୍ଦନୀୟ। ବ୍ୟୁରୋ ଅଫ ସିଭିଲ୍ ଆଭିଏସନରୁ ବୈଧ ବିମାନବନ୍ଦର ପ୍ରବେଶପତ୍ର ଥିଲେ ସୁଦ୍ଧା ଗିରିରାଜ ଯେଭଳି ଆପତ୍ତିଜନକ ଆଚରଣ କଲେ, ସେ ନେଇ ବିମାନ କମ୍ପାନୀ ଯୌନ ନିର୍ଯ୍ୟାତନା ମାମଲାରେ ଏତଲା କରିଛି। ଏଭଳି ବିଷମ ସ୍ଥିତିରେ ମହିଳା କର୍ମଚାରୀଙ୍କ ସହ କମ୍ପାନୀ ଦୃଢ଼ତାର ସହ ଛିଡ଼ା ହୋଇଛି ବୋଲି କହିଛନ୍ତି ବିମାନ କମ୍ପାନୀ ମୁଖପାତ୍ର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *