ଦଶଲକ୍ଷର ସାଇବର ଠକେଇ

Spread the love

ବାଲେଶ୍ୱର : ବାଲେଶ୍ୱରରେ ପୁଣି ସାଇବର ଠକେଇ।ଗତବର୍ଷ ଏକ ସାଇବର ଠକେଇ ହେଇଥିଲାବେଳେ ଏବେ  ସୋରର ଏକ ସାଇବର ଠକେଇ ସାମ୍ନାକୁ ଆସିଛି । ଓଉପଦା ଅଞ୍ଚଳର ଜଣେ ଯୁବକ ୧୦ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ସୋର ଅଡଙ୍ଗ ବଜାରରେ ଥିବା ବନ୍ଧନ ବ୍ୟାଙ୍କ ଶାଖାରେ ଓଉପଦା ବ୍ଲକ ବଡପୋଖରୀର ଯୁବକ ଚକ୍ରଧର ସାହୁ ଗତ ୨୧.୦୪.୨୩ ରେ ୧୨ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ ଆକାରରେ ଜମା ରଖିଥିଲେ।ସେହି ଫିକ୍ସ ଡିପୋଜିଟ ଆକାଉଣ୍ଟ ରୁ 10 ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଅନଲାଇନ ଠକ l  ଗତ ୧୯ ତାରିଖ ସନ୍ଧ୍ୟାରେ ତାଙ୍କ ନମ୍ବରକୁ ଏକ ଫୋନ କଲ ଆସିଥିଲା l ତାଙ୍କର ଗୋଟିଏ ପାର୍ସଲ ଆସିଥିବା ନେଇ ତାଙ୍କୁ ଏକ କୋରିୟର ସଂସ୍ଥା ପକ୍ଷରୁ ଫୋନ ଯୋଗେ କହିଥିଲେ l ଏଥିସହ ତାଙ୍କୁ ଏକ link ଆସିଥିଲା ପରେ ସେ link ଟିକୁ କ୍ଲିକ କରିବାକୁ କୁହାଯାଇଥିଲା l ଚକ୍ରଧର ଲିଙ୍କକୁ କ୍ଲିକ କରିଥିଲେ।ଏହାର କିଛି ସମୟ ପରେ ବନ୍ଧନ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ରୁ ତାଙ୍କ ନିକଟକୁ ଏକ ଫୋନ କଲ ଆସିଥିଲା ଏବଂ ତାଙ୍କ ଆକାଉଣ୍ଟରୁ ଟ୍ରାନଜାକ୍ସନ କରୁଛନ୍ତି କି ନାହିଁ ପଚାରିଥିଲେ l ଚକ୍ରଧର ମନାକରିଥିଲେ ।  ମନା କରିବା ସହିତ ଫୋନ କାଟି ଦେଖିବା ପରେ ତାଙ୍କ ଆକାଉଣ୍ଟରୁ ଦଶ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଯାଇଛି ବୋଲି ଜାଣିବାକୁ ପାଇଥିଲେ l  ସେଥିରେ କେବଳ ଦୁଇ ଲକ୍ଷ ଟଙ୍କା ରହିଛି। ତେଣୁ  କଷ୍ଟମର କେୟାରକୁ ଫୋନ କରି ଆକାଉଣ୍ଟକୁ ବନ୍ଦ କରିଦେଲେ ଚକ୍ରଧର l ସେ ବ୍ୟାଙ୍କକୁ ଆସି ଷ୍ଟେଟମେଣ୍ଟ କାଢ଼ିବା ପରେ ବିଭିନ୍ନ ଟ୍ରାନଜାକ୍ସନରେ ଏହି ଟଙ୍କା ଉଠାଯାଇଛି ବୋଲି ଜଣା ପଡିଥିଲା l ପରେ ସେ ସାଇବର ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି l ଆଜି ସମ୍ପୃକ୍ତ ବନ୍ଧନ ବ୍ୟାଙ୍କରେ  ଚକ୍ରଧର ପହଂଚି  ବ୍ୟାଙ୍କ ପରିଚାଳକ ଙ୍କୁ ଟଙ୍କା କେମିତି ଗଲା ସେ ବାବଦରେ ପଚାରିଥିଲେ ଏବଂ ପରିଚାଳକ ମହାଶୟ  ତାଂକୁ କିଛି ଜଣା ନାହିଁ ବୋଲି ସଂକ୍ଷିପ୍ତ ରେ ଉତ୍ତର ରଖି‌ ସାଇବର ଥାନା ରେ ଅଭିଯୋଗ କରିବାକୁ ଚକ୍ରଧର ଙ୍କୁ  କହିଥିଲେ।ଏ ସମ୍ପର୍କରେ ବ୍ରାଞ୍ଚ ମେନେଜର କ୍ୟାମେରା ଆଗରେ କୈ।ଣସି ମନ୍ତବ୍ୟ ଦେବାକୁ ମନା କରିଥିଲେ।

Leave a Reply

Your email address will not be published. Required fields are marked *