ବାବତପୁର ବିମାନବନ୍ଦରର ଶୌଚାଳୟରୁ ମିଳିଲା ୧୬ଟି ସୁନା ବିସ୍କୁଟ

Spread the love

ବାରାଣାସୀ : ବାବତପୁର ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଆନ୍ତର୍ଜାତିକ ବିମାନବନ୍ଦରର ଶୌଚାଳୟରୁ ୧୬ଟି ସୁନା ବିସ୍କୁଟ ଜବତ ହୋଇଛି । ଜବତ ବିସ୍କୁଟର ଓଜନ ୧୮୬୬.୧୦୦ ଗ୍ରାମ୍ । ଯାହାର ଆନୁମାନିକ ମୂଲ୍ୟ ୧.୧୨୫ କୋଟି ହେବ ।

ବାବତପୁର ବିମାନବନ୍ଦରରୁ ମିଳିଥିବା ସୂଚନା ଅନୁସାରେ, ଶାରଜାହରୁ ଏୟାର ଇଣ୍ଡିଆ ବିମାନ ଏଲଏକ୍ସ-୧୮୪ ବାବତପୁର ବିମାନବନ୍ଦରକୁ ଆସିଥିଲା । କଷ୍ଟମ ବିଭାଗର ଅଧିକାରୀ ମାନେ ବିମାନରେ ଆସିଥିବା ଯାତ୍ରୀ ଓ ସେମାନଙ୍କର ଲଗେଜ୍ ଯାଂଚ୍ କରିଥିଲେ । ତେବେ ସେଠାରୁ କିଛି ନମିଳିବାରୁ ଶୌଚାଳୟରେ ଛାନଭିନ୍ କରିଥିଲେ । ସେଠାରେ ଯାଂଚ୍ ବେଳେ ଏକ କଳା ରଙ୍ଗର ପଲିଥିନ ବ୍ୟାଗରେ ବିଦେଶୀ ସୁନାର ୧୬ଟି ବିସ୍କୁଟ ଜବତ ହୋଇଥିଲା । ଏହାପରେ ସିସିଟିଭି ଫୁଟେଜ୍ କୁ ଭିତି କରି ପାଇଖାନାରେ କିଏ ଏହି ପଲିଥିନ୍ ରଖିଛି ସେନେଇ କଷ୍ଟମ୍ ବିଭାଗର ଅଧିକାରୀ ମାନେ ସୂଚନା ସଂଗ୍ରହ କରୁଛନ୍ତି ।

Leave a Reply

Your email address will not be published. Required fields are marked *