କାର୍ ଲୁଟ୍ ମାମଲାରେ ୨ ଗିରଫ

Spread the love

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ଫୁଲବାଣୀ ରାସ୍ତା ଦଦରାଲୁଣ୍ଡି ଛକ ନିକଟରେ ଗତ ୨୪ ତାରିଖରେ ଘଟିଯାଇଥିବା ଏକ କାର୍ ଲୁଟ୍ ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ଭୁବନେଶ୍ଵର ଖଣ୍ଡଗିରି ଥାନା ଅଞ୍ଚଳରେ ରହୁଥିବା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜି. ନୂଆଗାଁର ଗଗନ ରଣା (୨୩) ଏବଂ କଟକ ଜିଲ୍ଲା ବୈଦେଶ୍ଵର ଥାନା ଅନ୍ତର୍ଗତ କୃଷ୍ଣପଲ୍ଲୀ ଗ୍ରାମର ରିଙ୍କୁ ବିଶ୍ଵାଳ (୧୯) । ସେମାନଙ୍କ ଠାରୁ ଲୁଟ୍ ହୋଇଥିବା ଇଣ୍ଡିଗୋ କାର୍ ଜବତ ହୋଇଛି । ଘଟଣାରେ ଜଡ଼ିତ ଅନ୍ୟ ତିନି ଅଭିଯୁକ୍ତ ଫେରାର୍ ଥିବା ବେଳେ ସେମାନଙ୍କୁ ଧରିବାର ପାଇଁ ଉଦ୍ୟମ ଜାରୀ ରହିଥିବା ଭଞ୍ଜନଗର ଥାନା ଅଧିକାରୀ ଧିରେଶ ଦାଶ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *