ହତ୍ୟା ମାମଲାରେ ଦୋଷୀକୁ ଆଜୀବନ ଜେଲ୍

Spread the love

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ ବାଲିସିରା ପଞ୍ଚାୟତ ଓ ଗାଙ୍ଗପୁର ଥାନା ଅଧିନ ଲଣ୍ଡାଜୁଆଳି ଗ୍ରାମରେ ୨୦୧୪ ମସିହା ମାର୍ଚ୍ଚ ୫ ତାରିଖ ରାତିରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଦିଲ୍ଲୀ ନାୟକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିଲା । ଆସିକା ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଏହି ମାମଲାର ଚୂଡ଼ାନ୍ତ ପ୍ରକାଶ ପାଇଛି । ଏଡିଜେ ପ୍ରବୀର କୁମାର ଚୌଧୁରୀ ୧୪ ଜଣଙ୍କ ସାକ୍ଷ୍ୟପ୍ରମାଣ ଆଧାରରେ ଅଭିଯୁକ୍ତ ବଳରାମ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାକୁ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୪ ମାସ ଜେଲ୍ ଦଣ୍ଡ ଭୋଗିବାକୁ ହେବ ବୋଲି କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *