ବ୍ରାଉନ ସୁଗାର ସହ ବାଇକ୍ ଜବତ, ୨ଗିରଫ 

Spread the love

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ପାଳିଆବିନ୍ଧା ପ ।ୟତ ଅଧୀନ ହାଟୁଆରୀ ଗ୍ରାମ ନିକଟରୁ ପୁଲିସ ୨୬୦ ମିଲିଗ୍ରାମ ବ୍ରାଉନସୁଗାର ସହିତ ବ୍ୟବହୃତ ଆପାଚି ବାଇକ୍ (ନଂ ଓଡି୨୨ଏଲ୫୮୯୯)କୁ ଜବତ କରିଛି । ଏ ସମ୍ପର୍କରେ କେଶ ନଂ ୨୧୭/୨୩ରେ ଏକ ମକଦ୍ଦମା ରୁଜୁ କରି ପାଳିଆ ଗ୍ରାମର କମଳାକାନ୍ତ ସେଠୀ (୨୭) ଓ ରାଜେନ୍ଦ୍ର ପାତ୍ର(୨୮)ଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ରବିବାର ରାତିରେ ତିହିଡ଼ି ଥାନା ଅଧିକାରୀ ଏମଡି ହାଫିଜ୍ ଓ ପୁଲିସ କର୍ମଚାରୀ ରାତ୍ରିକାଳୀନ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଆପାଚି ବାଇକ୍‌ରେ କମଳାକାନ୍ତ ଓ ରାଜେନ୍ଦ୍ର ସନ୍ଦେହଜନକ ଭାବେ ଦ୍ରୁତ ଗତିରେ ଯାଉଥିଲେ । ଥାନା ଅଧିକାରୀ ଶ୍ରୀ ହାପିଜ୍ ହାଟୁଆରୀ ଗ୍ରାମ ନିକଟରେ ତାଙ୍କୁ ଅଟକାଇ ତଲାସି କରିବା ପରେ ସେମାନଙ୍କ ନିକଟରୁ ବ୍ରାଉନସୁଗାର ବାହାରିଥିଲା ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *