ଦୁଇ ମାଲାୟଲମ ଅଭିନେତ୍ରୀ ଯୌନ ଉତ୍ପୀଡନର ଶିକାର

Spread the love

କୋଜିକୋଡେ: କୋଜିକୋଡେର ହାଇଲାଟ ମଲରେ ଏକ ଫିଲ୍ମର ପ୍ରମୋସନ ପାଇଁ ଯାଇଥିବା ବେଳେ ଦୁଇ ମାଲାୟଲମ ଅଭିନେତ୍ରୀ ଯୌନ ଉତ୍ପୀଡନର ଶିକାର ହୋଇଛନ୍ତି। ଅଭିନେତ୍ରୀଙ୍କ ଉତ୍ପୀଡନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ମଙ୍ଗଳବାର ଦିନ ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରୀର ଦୁଇ ଅଭିନେତ୍ରୀ, ହାଇଲାଇଟ ମଲରେ ଏକ ଫିଲ୍ମ ପ୍ରମୋସନ ସାରି ଫେରୁଥିବା ବେଳେ ଭିଡରେ ସେମାନଙ୍କ ସହ ଖରାପ ବ୍ୟବହାର କରାଯାଇଛି। ଉଭୟଙ୍କୁ ଖରାପ ଉଦ୍ଦେଶ୍ୟ ନେଇ ଛୁଇଁବାକୁ ଚେଷ୍ଟା କରାଯାଇଛି। ଏହାକୁ ନେଇ ଉଭୟ ଇନଷ୍ଟାଗ୍ରାମରେ ଉଲ୍ଲେଖ କରିଛନ୍ତି।

ଆମେ ଅନେକ ସ୍ଥାନକୁ ଯାଇଛୁ ପ୍ରମୋସନ ପାଇଁ। କିନ୍ତୁ କୋଜିକୋଡେରେ ଯେଉଁଭଳି ବ୍ୟବହାର କରାଯାଇଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଜଣେ ଏହି ଘଟଣାକୁ ନେଇ ହତଚକିତ ଥିବା କହିଥିବା ବେଳେ ଅନ୍ୟ ଜଣେ କହିଛନ୍ତି, ମଲରୁ ବାହାରିବା ବେଳକୁ ଭିଡରେ ଫାଟିପଡୁଥିଲା ମଲ। ଭିଡ ନିୟନ୍ତ୍ରଣ ସୁରକ୍ଷାକର୍ମୀଙ୍କ ପାଇଁ ମଧ୍ୟ ଏକ ଚ୍ୟାଲେଞ୍ଜ ହୋଇଥିଲା। ତେବେ ମୋର ସହକଳାକାର ହଠାତ୍ ଏପରି ଘଟଣାରେ ହତବାକ୍ ରହି ସେଠାରୁ ଚୁପଚାପ ଚାଲିଯାଇଥିବା ବେଳେ ମୁଁ କିନ୍ତୁ ପ୍ରତିକ୍ରିୟାଶୀଳ ହୋଇଉଠିଥିଲି। ଯାହା ଭିଡିଓରେ ରହିଛି।

ଭିଡିଓରେ ପ୍ରବଳ ଭିଡ ମଧ୍ୟରେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଦୁଇ ଅଭିନେତ୍ରୀ ଆଗପଛ ହୋଇ ଯାଉଥିବା ବେଳେ ଭିଡ ସେମାନଙ୍କ ଆଡକୁ ମାଡିଆସିଥିଲା। ଜଣେ ବ୍ୟକ୍ତି ଆଗରେ ଯାଉଥିବା ଅଭିନ୍ରେତୀଙ୍କ ସହ ଦୁର୍ବ୍ୟବହାର କରିଥିଲେ। କିନ୍ତୁ ସେ ଏଥିରେ ମର୍ମାହତ ହୋଇ ସେଠାରୁ ଚୁପଚାପ ଚାଲିଯିବାକୁ ଚେଷ୍ଟ କରିଥିଲେ। ପଛରେ ଆସୁଥିବା ଅଭିନେତ୍ରୀଙ୍କ ସହ ସମାନ ବ୍ୟବହାର କରାଯିବାରୁ ସେ କିନ୍ତୁ ଉକ୍ତ ବ୍ୟକ୍ତଙ୍କୁ ଚାପୁଡା ମରିବାକୁ ପଛାଇ ନାହାନ୍ତି।

ପୁଲିସ କହିଛି, ଅଭିଯୁକ୍ତମାନଙ୍କ ଚିହ୍ନଟ ଓ ଟ୍ରେସିଂ ଆରମ୍ଭ ହୋଇଛି। ତେବେ ଏକ ମାସ ପୂର୍ବରୁ ଏହି ପରି ସେହି ମଲରେ ହୋଇଥିବା ଏକ ଫିଲ୍ମର ପ୍ରମୋସନ କାଳରେ ଭିଡ ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ମଲକୁ କିଛି କାଳ ପାଇଁ ବନ୍ଦ କରାଯାଇଥିଲା।

Leave a Reply

Your email address will not be published. Required fields are marked *