ଚେନ୍ନାଇ: ତାମିଲନାଡୁର କରୁରରେ ରାସ୍ତା ଉପରେ ଦୁଇ ଛାତ୍ରୀ ବେହୋସ ପଡିଥିବା ବେଳେ ପୁଲିସ ସେମାନଙ୍କୁ ଉଦ୍ଧାର କରିଛି। ସେମାନେ ହୋସକୁ ଆସିବା ପରେ ପୁଲିସ ସେମାନଙ୍କ ପରିବାର ବର୍ଗକୁ ସୂଚନା ଦେଇଛି। ତେବେ କେଉଁ ସ୍ଥିତିରେ ଦୁଇ ଛାତ୍ରୀ ବେହୋସ ହୋଇ ଯାଇଥିଲେ ତାକୁ ନେଇ ଯାଞ୍ଚ ଜାରି ରହିଛି।
କରୁର ଅଞ୍ଚଳରେ ଦୁଇ ଛାତ୍ରୀଙ୍କୁ ବେହୋସ ଅବସ୍ଥାରେ ଉଦ୍ଧାର ହେବା ପରେ ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। କିପରି ଓ କେଉଁ ପରିସ୍ଥିତିରେ ସେମାନେ ବେହୋସ ପଡିଥିଲେ ତାକୁ ନେଇ ପୁଲିସର ଯାଞ୍ଚ ଚାଲିଥିବା ବେଳେ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ହୋଇଛି ଅଭିଯୋଗ।
ଅଭିଯୋଗରେ କୁହାଯାଇଛି କି, ତାଙ୍କ ଝିଅ ଓ ଝିଅର ଦୁଇ ସାଙ୍ଗ ବୋର୍ଡ ପରୀକ୍ଷାର ବାକି ପେପର କ୍ଲିୟର କରିବାକୁ ବିଶେଷ ପରୀକ୍ଷାରେ ଭାଗ ନେବାକୁ ଯାଇଥିଲେ। ପରୀକ୍ଷା ପରେ ଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ପାଇଁ ସେମାନଙ୍କ ଜଣେ ପୁଅ ସାଙ୍ଗ ଘରକୁ ଯାଇଥିଲେ। ସେଠାରେ ପୁଅ ସାଙ୍ଗ ସେମାନଙ୍କ ଜୋର ଜବରଦସ୍ତ ମଦ୍ୟପାନ କରାଇଥିଲା। ମଦ ପିଆଇବା ପରେ ଛାତ୍ରୀମାନେ ଘରୁ ସେଠାରୁ ବାହାରି ଥିଲେ।
ଜଣେ ଛାତ୍ରୀ ନିଜ ଘରକୁ ଫେରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟମାନେ ଫୁଟପାଥରେ ବେହୋସ ହୋଇ ଯାଇଥିଲେ। ପୁଲିସ ଛାତ୍ରୀଙ୍କ ମାଙ୍କ ଅଭିଯୋଗରେ ଆଇପିସିର ଧାରା ୩୨୮ ଓ ୫୦୬ରେ ମାମଲା ଦାରୟ କରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now