୨୦କୋଟିର କୋକିନ ମୁମ୍ବାଇ ବିମାନ ବନ୍ଦରରୁ ଜବତ

Spread the love

ମୁମ୍ବାଇ: ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ  ବା ଏନସିବି ଏକ ଅନ୍ତର୍ଜାତୀୟ ଡ୍ରଗ୍ସ ଚାଲାଣ ସିଣ୍ଡିକେଟର ସୂଚନା ପାଇଛି। ଏନସିବି  ୨୦ କୋଟି ଟଙ୍କାର କୋକିନ ଜବତ କରିଛି। ମୁମ୍ବାଇରେ କୋକିନ ଜବତ କରିବା ସହ ୨ ବିଦେଶୀ ନାଗରିକଙ୍କୁ ଗିରଫ କରିଛି। ଏକ ବିଦେଶୀ ସିଣ୍ଡିକେଟ ଦ୍ବାରା ମୁମ୍ବାଇରେ କୋକିନ ଯୋଗାଣ ନେଇ ଯୋଜନା ହୋଇଥିବା ଏନସିବି ମୁମ୍ବାଇ ନିକଟରେ ସୂଚନା ରହିଥିଲା।

ଏନସିବି ସୂଚନା ଆଧାରରେ ଏକ ବିଶେଷ ଟିମ ଗଠନ କରି କାର୍ଯ୍ୟକୁ ଚୂଡାନ୍ତ ରୂପ ଦେଇଛି। ଜଣେ ଦକ୍ଷିଣ ଆଫ୍ରିକୀୟ ମହିଳା ମାରିଣ୍ଡା ଏସଙ୍‌କୁ ଚିହ୍ନଟ କରାଯାଇଥିଲା। ନଭେମ୍ବର ୨୦ରେ ଏଥିଓପିଆର ଆଦିସ ଆବାବରୁ ମୁମ୍ବାଇରେ ବିମାନ ଅବତରଣ କରିବା ପରେ ଏନସିବି ସମସ୍ତ ଯାତ୍ରୀଙ୍କ ଉପରେ ନଜର ରଖିଥିଲା।

ତେବେ ଜଣେ ଆଫ୍ରିକୀୟ ମହିଳାଙ୍କ ଉପରେ ସନ୍ଦେହ ହେବାରୁ ଏନସିବି ତାଙ୍କୁ ନିଜ ହେପାଜତକୁ ନେଇ ପଚରା ଉଚରା କରିବାରୁ  ସେ ସେହି ମହିଳା ବୋଲି ଜାଣିବାକୁ ପାଇଥିଲା । ଏହାପରେ  ତାଙ୍କର ଯାଞ୍ଚ କରାଯିବାରୁ ତାଙ୍କ ନିକଟରୁ  ୨କେଜି ୮୦୦ ଗ୍ରାମର କୋକିନ ଜବତ ହୋଇଥିଲା। ବିଭିନ୍ନ ସାଇଜର ୮ଟି କୋକିନ ପ୍ୟାକେଟ ମହିଳାଙ୍କ ବ୍ୟାଗରେ ଥିବା ଦୁଇ ଯୋଡି ଯୋତାରୁ ଓ ତାଙ୍କ ୨ଟି ପର୍ସରୁ ଜବତ ହୋଇଥିଲା।

ମହିଳାଙ୍କୁ ପଚରାଉଚରା ବେଳେ  ସେ ମୁମ୍ବାଇର ଅନ୍ଧେରିର ଏକ ହୋଟେଲରେ ଜଣଙ୍କୁ ଏହି ନିଷିଦ୍ଧ ନିଶା ସାମଗ୍ରୀ ଡେଲିଭରୀ ଦେବା ସମ୍ପର୍କରେ ଜଣାଇଥିଲା।ଏନସିବି ନିର୍ଦ୍ଦିଷ୍ଟ ହୋଟେଲରେ ପହଞ୍ଚି ସେଠାରେ ଜଣେ ନାଇଜେରୀୟ ମହିଳାଙ୍କୁ ଠାବ କରିଥିଲା। ତାଙ୍କୁ ନିଜ ଅଧୀନକୁ ନେଇ ଜେରା କରିବାରୁ ଏନସିବି ଜାଣିବାକୁ ପାଇଥିଲା କି ମାରିଣ୍ଡା ନାମକ ମହିଳା ଦକ୍ଷିଣ ଆଫ୍ରିକାରୁ କୋକିନ ତାଙ୍କୁ ଦେଇଥାନ୍ତେ,ଯାହାକୁ ସେ ମୁମ୍ବାଇର ବିଭିନ୍ନ ସ୍ଥାନକୁ ଯୋଗାଇଥାନ୍ତି।

ଏନସିବିକୁ ଆହୁରି ଜଣାପଡିଛି କି, ଜବତ କୋକିନ ସାଉଥ ଆମେରିକାରୁ ଆଫ୍ରିକା ଦେଇ ଭାରତ ଅଣାଯାଇଛି।

Leave a Reply

Your email address will not be published. Required fields are marked *