୧୫ ଦିନରେ ୨୦ ଘରେ କଳାକନା ବୁଲାଇଦେଲେ ଚୋର। ସୁନାଗହଣା, ଟଙ୍କା ଓ ଅନ୍ୟ ଦାମୀ ସାମଗ୍ରୀ ଲୁଟି ନେଲେ। ତେବେ ପୁରା ଫିଲ୍ମ ଷ୍ଟାଇଲରେ ଏହି ଲୁଟ୍ କରିଛନ୍ତି ଚୋର। କାରରେ ଆସୁଥିଲେ ଚୋର। ଯେଉଁ ଘରକୁ ଟାର୍ଗେଟ କରୁଥିଲେ, ସେ ଘରର ପଡ଼ୋଶୀଙ୍କ ଗତିବିଧିକୁ ପରଖୁଥିଲେ। ଆଉ ବିଳମ୍ୱିତ ରାତି ଗୋଟାଏରେ ଘରେ ପଶୁଥିଲେ। ମାସ୍କ ପିନ୍ଧି ଘରର ତାଲା ଭାଙ୍ଗି ଲୁଟିନେଉଥିଲେ। ବେଙ୍ଗାଲୁରୁରେ ଏଭଳି ଘଟଣା ଘଟିଛି। ଆଭାଲାହାଲି ଥାନା ଅନ୍ତର୍ଗତ ରେସିଡେଣ୍ଟ ଫ୍ଲାଟରୁ ଏଭଳି ଚୋରୀ ହୋଇଛି। ପୁଲିସରେ ଏ ନେଇ ଏତଲା ହୋଇଛି। ସିସିଟିଭି ଫୁଟେଜରୁ ଚୋରଙ୍କ ଲୁଟ୍ କରିବାର ଢଙ୍ଗ ଦେଖାଦେଇଛି। କିନ୍ତୁ ଚୋରଙ୍କୁ ଧରିପାରିନି ପୁଲିସ।

Naxatra News is now on Whatsapp
Join and get latest news update delivered to you via whatsapp
Join Now