୨୦ କେଜି ଗଞ୍ଜେଇ ଜବତ, ୫ ଗିରଫ

Spread the love

ମାଲକାନଗିରି : ଗଞ୍ଜେଇ ଚାଲାଣ ବେଳେ ଧରାପଡିଲେ ପାଞ୍ଚ ଅଭିଯୁକ୍ତ। ଗଞ୍ଜେଇ ସହ ପାଞ୍ଚ ମୋଟର ସାଇକେଲ ହେଲା ଜବତ। ଅଭିଯୁକ୍ତଙ୍କୁ ଗିରଫ କରି ଆଜି କରାଗଲା କୋର୍ଟଚାଲାଣ। ମାଓବାଦୀଙ୍କ ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ଗଞ୍ଜେଇ ମାଫିଆ ମାନେ ଏହାର ଭର ପୁର ଫାଇଦା ଉଠାଇବା ପାଇଁ ଚେଷ୍ଟା କରୁଥିଲା ବେଳେ କାଲିମେଳା ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗରେ ଧରା ପଡିଲେ ପାଞ୍ଚ ଅଭିଯୁକ୍ତ ସହ ଜବତ ହେଲା ପାଞ୍ଚ ମୋଟର ସାଇକେଲ ସହ ୨୦ କେଜି ଗଞ୍ଜେଇ। ସାତ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଫେରାର ହୋଇ ଯାଇଥିଲା ବେଳେ ପାଞ୍ଚ ଗିରଫ ହୋଇ ଆଜି ହେଲେ କୋର୍ଟ ଚାଲାଣ।

ଥାନା ପକ୍ଷରୁ ଜଣାଯାଇଛି, ଗତକାଲି ଅପରାହ୍ନ ସମୟରେ କାଲିମେଳା ଥାନା ଏସଆଇ ନରେନ୍ଦ୍ର ପ୍ରସାଦ ଭତ୍ରାଙ୍କ ନେତୃତ୍ଵରେ ଏକ ଟିମ ମାଓବାଦୀ ଅଞ୍ଚଳ ତେଲେରାଇ ପଞ୍ଚାୟତ ସୁଦ୍ଧା କୋଣ୍ଡା ଗ୍ରାମ ନିକଟ ପାହାଡ଼ ରାସ୍ତାରେ ପେଟ୍ରୋଲିଙ୍ଗ ଜାରି ରଖିଥିଲା ବେଳେ ପାଞ୍ଚଟି ମୋଟର ସାଇକେଲରେ ସାତ ଜଣ ଗଞ୍ଜେଇ ଧରି ଘାଟି ରାସ୍ତାରେ ତଳକୁ ଖସୁ ଥିଲେ। ପୋଲିସ ଏମାନଙ୍କୁ ଅଟକାଇବାରୁ ଏମାନଙ୍କ ମଧ୍ୟରୁ ଦୁଇ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇ ଯିବାରେ ସଫଳ ହୋଇ ଥିଲାବେଳେ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା। ଏହା ସହିତ ପାଞ୍ଚଟି ମୋଟର ସାଇକେଲ ସହ ଗଞ୍ଜେଇ ଜବତ କରି ଥାନାକୁ ଆଣିଥିଲେ। ଅଭିଯୁକ୍ତ ମାନେ ହେଲେ ତାମିଲନାଡୁ ରାଜ୍ୟ କାଞ୍ଚିପୁରମ ଜିଲ୍ଲାର ଆର. ସିନୁ ଥୁରାଇ, ଆନ୍ଧ୍ର ପ୍ରଦେଶ ଖମାମ ଜିଲ୍ଲାର ତୁରାମୁ ରାମୁ, ତେଲେଙ୍ଗାନା ରାଜ୍ୟ ମହା ବୁବୁ ନଗର ଜିଲ୍ଲାର ଏସ. ସାଇ କୁମାର, ଓଡିଶା ରାଜ୍ୟ ମାଲକାନଗିରି ଜିଲ୍ଲାର ନରେଶ ମଣ୍ଡଳ ଏବଂ ସଞ୍ଜିତ ମଣ୍ଡଳ ଏମାନଙ୍କୁ ଆଜି କେଶ ନମ୍ବର ୧୮୪/୨୩ ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଏହାର ଅଧିକ ତଦନ୍ତ ଏସ ଆଇ ସୁଜିତ କୁମାର ବିଶ୍ଵାସ କରୁଥିବା ଥାନା ପକ୍ଷରୁ ଜଣାଯାଇଛି।

Leave a Reply

Your email address will not be published. Required fields are marked *