ଓଡ଼ିଶାରାଜନୀତି

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଛାତ୍ର କଂଗ୍ରେସର ବିରୋଧ

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଥିବା ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଶନିବାର ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଓଡ଼ିଶା ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ବିରୋଧ କରାଯାଇଛି । ନୱାଜଙ୍କ ନେତୃତ୍ୱରେ ମେ ଫେୟାର ଛକ ଠାରେ ପ୍ଲାକାର୍ଡ଼, କଳା ପତାକା ପ୍ରଦର୍ଶନ କରାଯିବା ସହ କଳା ବେଲୁନ୍ ଉଡ଼ାଇ ପ୍ରତିବାଦ କରାଯାଇଥିଲା । ସେଠାରେ ୨୫ ଜଣ ଛାତ୍ର କଂଗ୍ରେସ କର୍ମକର୍ତାଙ୍କୁ ପୁଲିସ୍ ହେପାଜତକୁ ନେଇ ଅଟକ କରାଯାଇଥିଲା । ସେହିପରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅମିତ ଶାହାଙ୍କର କାର୍ଯ୍ୟକ୍ରମ ଚାଲିଥିବାବେଳେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଶ୍ରୀ ନୱାଜଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ କର୍ମକର୍ତାମାନେ ମାଷ୍ଟର କ୍ୟାଂଟିନ୍ ଛକରୁ ରାମ ମନ୍ଦିର ଅଭିମୁଖେ ନାରାବାଜି, ପ୍ଲା କାର୍ଡ଼ ଓ କଳା ପତାକା ପ୍ରଦର୍ଶନ କରିଥିଲେ । ପୁଲିସ୍ ସମସ୍ତ ଛାତ୍ର କଂଗ୍ରେସ କର୍ମକର୍ତାଙ୍କୁ ରାସ୍ତାରେ ଗିରଫ କରି ନେଇଥିଲା ।

ଏହି ପରିପ୍ରେକ୍ଷୀରେ ଛାତ୍ର କଂଗ୍ରେସ ନୱାଜ କହିଛନ୍ତି ଯେ, ଗୃହମନ୍ତ୍ରୀ ଅମୀତ ଶାହା ଯେଉଁ ଆଡ଼କୁ ଗସ୍ତ କରୁଛନ୍ତି ସେଠାରେ ଘୃଣାର ମଞ୍ଜି ବୁଣୁଛନ୍ତି । ମଣିପୁର ଆଜି ଜଳୁଛି, ମଣିପୁରର ମହିଳା ଗଣଦୁଷ୍କର୍ମର ଶିକାର ହେଉଛନ୍ତି, ମଣିପୁରରେ ଗଣହତ୍ୟା ହେଉଛି, ହେଲେ ଗୃହମନ୍ତ୍ରୀ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ । ସାରା ଦେଶର ବିଭିନ୍ନ ସ୍ଥାନରେ ଦଙ୍ଗା ପରିସ୍ଥିତି ଉପୁଜିଛି । ତୁରନ୍ତ ଅମିତ ଶାହା ଇସ୍ତଫା ଦିଅନ୍ତୁ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published.

Back to top button